ବିଜେଡି ସମର୍ଥକଙ୍କ ‘ଦାଦାଗିରି’ ଯୋଗୁ ବ୍ରହ୍ମଗିରି ଅଶାନ୍ତ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ବିଜେଡି ସମର୍ଥକଙ୍କ ‘ଦାଦାଗିରି’ ଯୋଗୁ ବ୍ରହ୍ମଗିରି ଅଶାନ୍ତ 

brahamagiri
ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ଆଜି କେତେକ ବିଜେଡି ସମର୍ଥକଙ୍କ ‘ଦାଦାଗିରି’ ଯୋଗୁ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଉତ୍ତେଜନା ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ତିନି ଦିନ ଧରି ଧାରଣାରେ ବସିଥିବା ଆନ୍ଦୋଳନକାରୀଙ୍କ ସହିତ ସବ୍‌କଲେକ୍ଟର ଓ ପିଡି ଡିଆର୍‌ଡିଏ ଆଜି ଆଲୋଚନା କରୁଥିଲେ। ଏହି ସମୟରେ ବିଜେଡି ସମର୍ଥକମାନେ ସେଠାରେ ଧସେଇ ପଶି ଆଲୋଚନାକୁ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ। ଏପରିକି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। 
ବ୍ରହ୍ମଗିରି ବିଧାୟକ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ କେତେକ ସରପଞ୍ଚ ଓ ସମିତି ସଭ୍ୟଙ୍କ କ୍ଷେତ୍ରରେ ପକ୍ଷମାତିତା କରୁଥିବାର ପ୍ରତିବାଦରେ ଗତ ୩ ଦିନ ଧରି କେତେକ ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନେ ବ୍ଲକ ଅଫିସ୍‌ ଆଗରେ ଧାରଣା ଦେଉଛନ୍ତି।
ଆଜି ସବ୍‌କଲେକ୍ଟର ଓ ପିଡି ଡିଆର୍‌ଡିଏ ଘଟଣାସ୍ଥଳରେ ପହଞ୍ଚି ଧାରଣା ଦେଇଥିବା ସରପଞ୍ଚ ଓ ସମିତି ସଭ୍ୟାଙ୍କ ସହିତ ଆଲୋଚନା କରୁଥିଲେ। ଏହି ସମୟରେ କେତେଜଣ ବିଜେଡି ସମର୍ଥିକ ସେଠାରେ ପହଞ୍ଚି ଧାରଣାକାରୀଙ୍କୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ଧସ୍ତାଧସ୍ତି ହୋଇଥିଲା।  ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ପରିସ୍ଥିତି ଆୟତ୍ତ ବାହାରକୁ ଯାଉଥିବା ଦେଖି ପୁଲିସ ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ବର୍ତ୍ତମାନ ବ୍ରହ୍ମଗିରି ଓ ଆଖପାଖ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।


from Odisha Reporter https://ift.tt/2Nu7cC1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages