ପ୍ରସ୍ତାବିତ ଚିଲିକା ଜଳ ବିମାନବନ୍ଦରକୁ ବ୍ରହ୍ମଗିରି ବିଧାୟକଙ୍କ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ପ୍ରସ୍ତାବିତ ଚିଲିକା ଜଳ ବିମାନବନ୍ଦରକୁ ବ୍ରହ୍ମଗିରି ବିଧାୟକଙ୍କ ନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକାରେ ଜଳ ବିମାନବନ୍ଦର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବ୍ରହ୍ମଗିରି ବିଧାୟକ ସଂଞ୍ଜୟ ଦାସବର୍ମା। ସେ କହିଛନ୍ତି ଏମିତି କରି କେନ୍ଦ୍ର ସରକାର ପର୍ଯ୍ୟାବରଣକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି। ଏଣୁ ଚୁଡ଼ାନ୍ତ ନିଷ୍ପତ୍ତି ନେବା ଆଗରୁ ସରକାର ଆଉଥରେ ଭାବି ଦେଖିବା ଦରକାର ବୋଲି ସେ କହିଛନ୍ତି।

ଭୁବନେଶ୍ୱରଠାରେ ଆଜି ଦାସବର୍ମା ଏ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି- “ଚିଲିକା ଜୈବ ବିବିଧତାର ଏକ ବିରାଟ ଉତ୍ସ। ଏଠାରେ ୩୭୫ ପ୍ରକାର ମାଛ, ପ୍ରାୟ ୧୭୦ ଡଲଫିନ୍‌, ୨୩୦ ପ୍ରଜାତିର ବିଭିନ୍ନ ପକ୍ଷୀ, ୧୫ ବର୍ଗ କିଲୋମିଟର ପରିବ୍ୟାପ୍ତ ହୋଇଥିବା ନଳବଣରେ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ରହୁଛନ୍ତି। ଏଣୁ ଏଠାରେ ପର୍ଯ୍ୟଟନ ବିକାଶ ପାଇଁ ଜଳ ବିମାନବନ୍ଦର ହେଲେ ଏ ସମସ୍ତ ପ୍ରାକୃତିକ ବ୍ୟବସ୍ଥା ସନ୍ତୁଳନ ହରାଇବ। ବିମାନର କମ୍ପନରେ ମାଛ ତଥା ପକ୍ଷୀମାନେ ଅସୁବିଧାରେ ପଡିବେ। ଏଣୁ କେନ୍ଦ୍ର ସରକାର ଏ ପ୍ରକାର ନିଷ୍ପତ୍ତିର ପୁର୍ନବିଚାର କରନ୍ତୁ।”

ଖାଲି ସେତିକି ନୁହେଁ ଚିଲିକାରେ ଜଳ ବିମାନବନ୍ଦର ହେବା ଦ୍ୱାରା ୨ ଲକ୍ଷ ମତ୍ସ୍ୟଜୀବୀଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଦୁଃସ୍ଥିତି ଭିତରକୁ ଚାଲିଯିବ ବୋଲି କହିଛନ୍ତି ଶ୍ରୀ ଦାସବର୍ମା। ଏଣୁ ଏହି ପ୍ରକଳ୍ପକୁ ସେ ଦୃଢ ବିରୋଧ କରିଛନ୍ତି।

ସ୍ଥାନୀୟ ବିଧାୟକ ଭାବେ ଅଞ୍ଚଳବାସୀଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟବୋଧ ରହିଛି । ପୂର୍ବରୁ ମଧ୍ୟ ସେ ବାଲିହରଚଣ୍ଡିଠାରେ ପ୍ରସ୍ତାବିତ ବନ୍ଦର ପ୍ରକଳ୍ପକୁ ବିରୋଧ କରିଥିଲେ ଓ ପ୍ରକଳ୍ପ ନିର୍ମାଣ ବାତିଲ ହୋଇଥିଲା। ଏଣୁ ସାମୁହିକ ଦୃଷ୍ଟିରୁ ଏଥରର ନିଷ୍ପତ୍ତି ମଧ୍ୟ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ଏପରିକି ଏଥିପାଇଁ ଆବଶ୍ୟକ ହେଲେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଚିଲିକାରେ ଜଳ ବିମାନବନ୍ଦର ପ୍ରତିଷ୍ଠା ନେଇ ବିଧିବଦ୍ଧ ଭାବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଅନୁମତି ଦେଇଛନ୍ତି। ଚିଲିକାଙ୍କୁ ପର୍ଯ୍ୟଟକକୁ ଆକୃଷ୍ଟ କରିବା ସହ ବିଶ୍ୱରେ ଏହାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ବିଭାଗ ଏଭଳି ପଦକ୍ଷେପ ନେଉଥିବା କୁହାଯାଇଥିଲା। ଖାଲି ଓଡ଼ିଶାରେ ନୁହେଁ ଏଭଳି ଆଉ ଦୁଇଟି ପ୍ରକଳ୍ପ ଗୁଜରାଟର ସର୍ଦ୍ଦାର ସରୋବର ଡ୍ୟାମ୍ ଓ ସାବରମତୀ ରିର୍ଭର ଫ୍ରଣ୍ଟରେ ମଧ୍ୟ ଆରମ୍ଭ କରିବାକୁ ବିଭାଗୀୟ ନିଷ୍ପତ୍ତି ହୋଇଛି।



from OdishaReporter https://ift.tt/2vH5uX5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages