ଓଡ଼ିଆ କହିବା ପାଇଁ ନବୀନ୍‌ କରୁଛନ୍ତି ରିହର୍ସଲ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ଓଡ଼ିଆ କହିବା ପାଇଁ ନବୀନ୍‌ କରୁଛନ୍ତି ରିହର୍ସଲ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଆପଣ କୌଣସି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଖଣ୍ଡିଏ କାଗଜ ପଢ଼ି ଖଣ୍ଡି ଓଡ଼ିଆ କହୁଥିବା ଦେଖିଥିବେ। ଏବେ ଡିଜିଟାଲ ଯୁଗରେ ମୁଖ୍ୟମନ୍ତ୍ରୀଙ୍କ ଏହି ଓଡ଼ିଆ କୁହା ଆଉ ପାଦେ ବି ଆଗେଇଛି।

ଆଗରୁ କାଗଜ ଦେଖି ପଢ଼ୁଥିଲେ। ଏବେ ସାମ୍ନାପଟର ଟେଲି ପ୍ରମ୍ପଟର ସ୍କ୍ରିନ୍‌ ଦେଖି ପଢ଼ୁଛନ୍ତି। ହେଲେ କେବେ ଆପଣ ମୁଖ୍ୟମନ୍ତ୍ରୀ ଓଡ଼ିଆ କହିବା ପାଇଁ ରିହର୍ସଲ କରୁଥିବା ଦେଖି ନ ଥିବେ।

ତେବେ ଆଜି ଆପଣଙ୍କୁ ସେମିତି ଏକ ବିରଳ ଦୃଶ୍ୟ ଦେଖାଇବୁ । ଯେଉଁଠି ଓଡ଼ିଆ କହିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେତେ କସରତ କରିବାକୁ ପଡ଼ୁଛି ତାହା ଆପଣ ଦେଖିଲେ ଜାଣିପାରିବେ।

ଖାଲି ସେତିକି ନୁହଁ, ଏଠି ଆପଣ ନିର୍ଦ୍ଦେଶକ ମହାଶୟଙ୍କୁ ମଧ୍ୟ ଦେଖିପାରିବେ। ଦେଖିଲେ ନିଶ୍ଚୟ ଚିହ୍ନି ବି ପାରିବେ।

ଆମେ ଏତେ କଥା କହିଲୁ, ଏଯାଏଁ ମୁଖ୍ୟ ବିଷୟଟା କହିନୁ । କଥା ଟା ହେଉଛି ନିକଟରେ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ବିଲ୍‌କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି ବାର୍ତ୍ତାକୁ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସିଧାସଳଖ ରାଜ୍ୟବାସୀଙ୍କୁ ଓଡ଼ିଆରେ କହିବାକୁ ଚାହୁଁଥିଲେ।

ଏଥିପାଇଁ ସବୁ କଥା ଟେଲି ପ୍ରମ୍ପଟରରେ ଲେଖାଯାଇଛି। ସବୁ ପ୍ରସ୍ତୁତ୍‌। ସୁଇଚ୍‌ ବି ପାଣ୍ଡିଆନ୍ ସାର୍‌ ଟିପି ଦେଉଛନ୍ତି। ହେଲେ ପଢ଼ୁ ପଢ଼ୁ କଣ କ’ଣ ଗୋଟେ ଅସୁବିଧା ହେଉଛି। ଏଥିରେ ନବୀନ ଚିଡ଼ିଯାଉଛନ୍ତି। ତେଣୁ ସେ ଆଉ ଥରେ ପଢ଼ୁଛନ୍ତି। ଆଉ ହିନ୍ଦୀରେ କହୁଛନ୍ତି ‘ବସ୍‌ ୱହି’। ଏଦୃଶ୍ୟ ହେଉଛି ତୃତୀୟ ମହଲାର ।

ତେବେ ଆପଣ ସମ୍ପୂର୍ଣ୍ଣ ଭିଡିଓଟି ଦେଖିଲେ ସବୁକିଛି ବୁଝିପାରିବେ।



from OdishaReporter https://ift.tt/2nzTXVh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages