
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର୍): ୫୭ ବର୍ଷ ବୟସରେ ଦଶମ ଥର ପାଇଁ ବାପା ହେବାକୁ ଯାଉଛନ୍ତି ହଲିଉଡ୍ ଅଭିନେତା ଏଡି ମର୍ଫି। ଏହି ଆମେରିକୀୟ ଅଭିନେତା ବହୁ ହଲିଉଡ୍ ଫିଲ୍ମରେ କାମ କରି ସଫଳତା ପାଇଛନ୍ତି।
ସୂଚନା ଅନୁସାରେ, ମର୍ଫିଙ୍କ ପାର୍ଟନର୍ ତଥା ୩୯ ବର୍ଷୀୟ ଅଷ୍ଟ୍ରେଲୀୟ ଅଭିନେତ୍ରୀ ପେଜ୍ ବୁଚର୍ ଆସନ୍ତା ଡିସେମ୍ବର ମାସରେ ତାଙ୍କ ଭାବୀ ସନ୍ତାନକୁ ଜନ୍ମ ଦେବେ।

ମର୍ଫି ଓ ପେଜ୍ଙ୍କ ଯୋଡ଼ି ୨୦୧୨ରୁ ଏକାଠି ରହୁଛନ୍ତି। ଉଭୟଙ୍କର ଇଜ୍ଜି ଉନା ନାମରେ ପୂର୍ବରୁ ଜଣେ ଦୁଇ ବର୍ଷର ଝିଅ ମଧ୍ୟ ଅଛି। ତେବେ ଏହା ପୂର୍ବରୁ ମର୍ଫିଙ୍କର ଅନ୍ୟ ପାର୍ଟନରଙ୍କ ସହ ସମ୍ପର୍କରୁ ଆଠଟି ସନ୍ତାନ ଅଛନ୍ତି। ତାଙ୍କର ସବୁଠାରୁ ବଡ଼ ପୁଅ ଏରିକ୍ଙ୍କ ବୟସ ଏବେ ୨୯ ବର୍ଷ।

ଫିଲ୍ମ ’48 Hrs’ରେ ତାଙ୍କ ଅଭିନୟ ପାଇଁ ହଲିଉଡ୍ ଅଭିନେତା ତଥା କମେଡିଆନ୍ ଏଡି ମର୍ଫିଙ୍କୁ ଢେର୍ ଫଳତା ମିଳିଥିଲା। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ସହ-ଅଭିନେତା ଭାବେ ‘ଗୋଲ୍ଡେନ୍ ଗ୍ଲୋବ୍’ ଆୱାର୍ଡ ପାଇଥିଲେ।
୨୦୦୭ରେ ଫିଲ୍ମ ‘ଡ୍ରିମ୍ ଗାର୍ଲ’ ପାଇଁ ମର୍ଫି ଶ୍ରେଷ୍ଠ ସହ-ଅଭିନେତା ଭାବେ ଏକାଡେମୀ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ।
https://ift.tt/2wnfxAW
photo credit
avnpost.com
aajtak
from Odisha Reporter https://ift.tt/2PLNnb1
No comments:
Post a Comment