‘ନିର୍ବାଚନୀ ପାଣ୍ଠି’ ପାଇଁ ଖଣି କମ୍ପାନୀଙ୍କୁ ଟାର୍ଗେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

‘ନିର୍ବାଚନୀ ପାଣ୍ଠି’ ପାଇଁ ଖଣି କମ୍ପାନୀଙ୍କୁ ଟାର୍ଗେଟ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାଜ୍ୟର କ୍ଷମତାସୀନ ବିଜେଡି ଏବେ ନିଜର ନିର୍ବାଚନୀ ପାଣ୍ଠି ସଂଗ୍ରହ ପାଇଁ ଖଣି କମ୍ପାନୀଗୁଡ଼ିକ ଉପରେ ଜୋର୍‌ଦାର୍ ଚାପ ପକାଉଥିବା ଚର୍ଚ୍ଚା ହେଉଛି।

ଶୁଣିବାକୁ ମିଳୁଛି, ୨୦୨୦ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଲିଜ୍ ସମାପ୍ତ ହେଉଥିବା ରାଜ୍ୟର ୩୧ଟି ଖଣିର ଲିଜଧାରୀ କମ୍ପାନୀଗୁଡ଼ିକ ଉପରେ କୁଆଡ଼େ ବିଜେଡି ନଜର ପକାଇଛି। ଏସବୁ ଖଣି ମଧ୍ୟରୁ ଅଧିକାଂଶ ଘରୋଇ ମାଲିକାନାରେ ଥିବାରୁ ସେମାନେ ପୁଣିଥରେ ଏସବୁକୁ ହାତେଇବା ପାଇଁ ବିଜେଡି ସରକାରକୁ ବିଭିନ୍ନ ଉପାୟରେ ଖୁସି କରିବାରେ ଲାଗିଛନ୍ତି। ଆଉ ଏଇ ମଉକାରେ ବିଜେଡି ମଧ୍ୟ ଆଗାମୀ ସାଧାରଣ ନିର୍ବାଚନ ପାଇଁ କୁଆଡ଼େ ବଡ଼ ପରିମାଣର ପାଣ୍ଠି ସଂଗ୍ରହ ନିମନ୍ତେ ନୂଆ ବାଟ ଖୋଜିପାଇଛି।

ଚର୍ଚ୍ଚା ହେଉଛି ରୁଙ୍ଗ୍ଟା ମାଇନ୍ସ, କେଜେଏସ୍ ଆଲୁୱାଲିଆ, ସିରାଜୁଦ୍ଦିନ ଆଣ୍ଡ କୋ, କେପି ଏଣ୍ଟରପ୍ରାଇଜେସ୍, କଳିଙ୍ଗ ମାଇନିଂ କର୍ପୋରେସନ, କେଏନ୍ ରାମ, ଆରବି ଦାସ ଆଦି ଭଳି ୩୧ଟି ଖଣି କମ୍ପାନୀର ଲିଜ୍ ଅବଧି ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେଉଛି।

କଞ୍ଚାମାଲ୍ ଅଭାବ ଓ ମାଲିକାନା ସ୍ଵତ୍ଵର ସହଜ ହସ୍ତାନ୍ତର ପ୍ରକ୍ରିୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ଖଣି ମନ୍ତ୍ରଣାଳୟ ୨୦୧୯ ଜୁଲାଇ ମାସ ସୁଦ୍ଧା ଏସବୁ ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ କରିବାକୁ କୁଆଡ଼େ ରାଜ୍ୟ ସରକାରଙ୍କୁ ଅଲଟିମେଟମ୍ ଦେଇଛି। ଏହାସହିତ ଏସବୁ ଖଣିର ଉତ୍ତୋଳନ କାର୍ଯ୍ୟ ଚଳିତ ଡିସେମ୍ବର ସୁଦ୍ଧା ସମାପ୍ତ  କରିବାକୁ ତାଗିଦ୍ କରିଛି। କେନ୍ଦ୍ର ସରକାରଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ସରକାର କୁଆଡ଼େ ଏସବୁ ଖଣି କମ୍ପାନୀ ସହ ମୂଲଚାଲ୍ ଆରମ୍ଭ କରିଦେଇଛନ୍ତି।

ଶୁଣିବାକୁ ମିଳୁଛି, କେତେକ ଖଣି କମ୍ପାନୀ ପାଇଁ ତୃତୀୟ ମହଲାରେ ‘ମିଡିଲମ୍ୟାନ୍’ କାର୍ଯ୍ୟ କରୁଥିବା ଜଣେ ଅଣଓଡ଼ିଆ ଖଣି ଠିକାଦାର ଏବଂ ‘ମନୋଜ’ ନାମକ ଜଣେ ମଧ୍ୟସ୍ଥଙ୍କ ମାଧ୍ୟମରେ କୁଆଡ଼େ ଏହି ନିର୍ବାଚନୀ ପାଣ୍ଠି ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି।

ଏସବୁ ଖଣି କମ୍ପାନୀଗୁଡ଼ିକୁ କୁଆଡ଼େ ୧୫ରୁ ୪୦କୋଟି ଟଙ୍କାର ‘ନିର୍ବାଚନୀ ପାଣ୍ଠି’ ଦେବାକୁ କୁଆଡ଼େ ଚାପ ପକାଯାଉଛି। ଏସବୁ ଖଣି ସହିତ ଅନ୍ୟ କିଛି ଘରୋଇ ଖଣି କମ୍ପାନୀକୁ ନିର୍ବାଚନୀ ପାଣ୍ଠି ଦେବା ପାଇଁ ଅନୁରୂପ ଭାବେ ଚାପ ପଡ଼ିଛି।

ସେହିପରି ରାଜ୍ୟରେ ପ୍ରାୟ ୫୦ହଜାର କୋଟି ଟଙ୍କାର ନିବେଶ ପାଇଁ ଆଗଭର ହୋଇଥିବା ଏକ ବହୁରାଷ୍ଟ୍ରୀୟ କମ୍ପାନୀକୁ କୁଆଡ଼େ ୫୦କୋଟି ଟଙ୍କାର ନିର୍ବାଚନୀ ପାଣ୍ଠି ଦେବାକୁ କୁହାଯାଇଥିଲା। କିନ୍ତୁ ସମ୍ପୃକ୍ତ କମ୍ପାନୀ ଏତେ ପରିମାଣର ଅର୍ଥ ଦେଇ ହେବନି ବୋଲି ରୋକଠୋକ ଜଣାଇଦେଇଛି।

କେବଳ ଖଣି କମ୍ପାନୀଗୁଡ଼ିକ ମାଧ୍ୟମରେ ବିଜେଡି କୁଆଡ଼େ ପ୍ରାୟ ୫୦୦ରୁ ୭୦୦କୋଟି ଟଙ୍କା ନିର୍ବାଚନୀ ପାଣ୍ଠି ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2MZprT2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages