ତଥାଗତଙ୍କ ତେଢ଼ା ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କାହାକୁ କଲେ ଇଙ୍ଗିତ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ତଥାଗତଙ୍କ ତେଢ଼ା ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କାହାକୁ କଲେ ଇଙ୍ଗିତ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ତଥାଗତ ସତପଥୀଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସ୍ୱାଧୀନତା ଦିବସର ଶୁଭକାମନା ଜଣାଇବାକୁ ଯାଇ ସାଂସଦଙ୍କ କାର୍ଯ୍ୟାଳୟ ଟ୍ୱିଟ୍‌ରେ ‘ହ୍ୟାପି ଡିପେଣ୍ଡେନ୍ସ ଡେ’ ଲେଖିଛନ୍ତି। ତେବେ ଦେଶ ସ୍ୱାଧୀନ ହେବାର ୭୧ ବର୍ଷ ପରେ ମଧ୍ୟ ସାଂସଦ କାହା ଉଦ୍ଦେଶ୍ୟରେ ଏଭଳି ଟ୍ୱିଟ୍ କରିଛନ୍ତି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସବୁବେଳେ ରୋକ୍‌ଠୋକ୍‌ ମତ ରଖୁଥିବା ସାଂସଦ ଶ୍ରୀ ସତପଥୀ, ଆଜି ‘ଇଣ୍ଡିପେଣ୍ଡେନ୍ସ’ (ସ୍ୱାଧୀନ) ବଦଳରେ ‘ଡିପେଣ୍ଡେନ୍ସ’ (ନିର୍ଭରଶୀଳ) ଦିନର ଶୁଭକାମନା ଜଣାଇ ବିଜେଡିରେ ବଢ଼ୁଥିବା ‘ପର’ ଉପରେ ନିର୍ଭରଶୀଳତା ପ୍ରତି ଇଙ୍ଗିତ କରିଥିବା ଚର୍ଚ୍ଚା ହେଉଛି।

ବିଜେଡିରେ ଏବେ ନେତାମାନେ ପ୍ରତ୍ୟେକଟି ପ୍ରସଙ୍ଗରେ ନିଜସ୍ୱ ମତ ରଖିବା ବଦଳରେ, ତୃତୀୟ ମହଲାର ନିର୍ଦ୍ଦେଶକୁ ଅପେକ୍ଷା କରୁଛନ୍ତି। ତା’ ଛଡ଼ା ଦଳୀୟ ନେତାମାନଙ୍କୁ ରାଜ୍ୟ ସ୍ୱାର୍ଥ ଓ ଦଳୀୟ ସଂଗଠନ ସହ ଜଡ଼ିତ ପ୍ରସଙ୍ଗରେ ମଧ୍ୟ ନିଜସ୍ୱ ମତ ରଖିବାକୁ ଅନୁମତି ମିଳୁନି।

ଏଭଳି ସ୍ଥଳେ ସ୍ୱାଧୀନତା ଦିବସ ଅବସରରେ ବିଜେଡି ସାଂସଦ ଶ୍ରୀ ସତପଥୀଙ୍କ ଏହି ‘ଡିପେଣ୍ଡେନ୍ସ’ ଟ୍ୱିଟ୍ ପ୍ରାସଙ୍ଗିକତା ବହନ କରୁଛି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।



from OdishaReporter https://ift.tt/2MgfAbZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages