
ବାଲେଶ୍ୱର (ରଞ୍ଜିତ ପାକଳ): ଡଙ୍ଗାରେ ନଦୀ ପାରି ହେଉଥିବା ବେଲେ ଭରା ପାଣିରେ ଖସି ପଡ଼ି ନିଖୋଜ ହୋଇଗଲେ। ସ୍ଥାନୀୟ ଲୋକମାନେ ଓ ଅଗ୍ନିଶମ କର୍ମଚାରୀମାନେ ଖୋଜାଖୋଜି ଜାରି ରଖିଛନ୍ତି। ଖବର ଲେଖାହେଲା ବେଳକୁ ତାଙ୍କ ପତ୍ତା ମିଳିନାହିଁ। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ରେମୁଣା ବ୍ଲକ୍ କଲ୍ୟାଣପୁର ପଞ୍ଚାୟତ ଅନ୍ତର୍ଗତ ହଳଦିଆ ଗାଁକୁ ରାସ୍ତା ନାହିଁ। ସେଥିପାଇଁ ଗାଁ ଲୋକଙ୍କୁ ଡଙ୍ଗାରେ ନଦୀପାର ହେବାକୁ ପଡ଼ିଥାଏ। ଆଜି ଗାଁର ମହେନ୍ଦ୍ର ରାଉତ ବୁଢ଼ାବଳଙ୍ଗ ନଦୀର ହଳଦିଆ ଘାଟରେ ଡଙ୍ଗା ଚଢ଼ିଥିଲେ। ଡଙ୍ଗା ଚାଲିବାର କିଛି ସମୟ ପରେ ହଠାତ୍ ମହେନ୍ଦ୍ର ପାଣିରେ ପଡ଼ି ଯାଇଥିଲେ।
ଏହା ଦେଖିବା ପରେ ସ୍ଥାନୀୟ ଲୋକମାନେ ନଦୀ ଗର୍ଭକୁ ଲମ୍ଫ ମାରିଥିଲେ। ମାତ୍ର ତାଙ୍କୁ ପାଇନଥିଲେ। ପରେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମହେନ୍ଦ୍ରଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧାର ତାଙ୍କର ପତ୍ତା ମିଳିନାହିଁ।
from OdishaReporter https://ift.tt/2vtwzfq
No comments:
Post a Comment