
ନୂଆଦିଲ୍ଲୀ: ମଙ୍ଗଳବାର ମଧ୍ୟରାତିରୁ ସବ୍ସିଡି ଓ ଅଣ ସବ୍ସିଡି ଏଲ୍ପିଜି ଦର ବୃଦ୍ଧି ପାଇଛି। ସବ୍ସିଡିଯୁକ୍ତ ଗ୍ୟାସ୍ ସିଲିଣ୍ଡର ପିଛା ୧ ଟଙ୍କା ୭୬ ପଇସା ବୃଦ୍ଧି ପାଇଥିବା ବେଳେ, ଅଣ ସବ୍ସିଡିଯୁକ୍ତ ସିଲିଣ୍ଡର ଦର ୩୫ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି।
ଏହି ବର୍ଦ୍ଧିତ ଦର ଯୋଗୁ ଏବେ ଦିଲ୍ଲୀରେ ଗ୍ରାହକମାନଙ୍କୁ ସବ୍ସିଡି ଗ୍ୟାସ୍ ପାଇଁ ସିଲିଣ୍ଡର ପିଛା ୪୯୬.୨୬ ଟଙ୍କା ଦେବାକୁ ପଡ଼ିବ। ସେହିପରି ଅଣସବ୍ସିଡି ଗ୍ୟାସ୍ ସିଲିଣ୍ଡର ପାଇଁ ୭୫୪ ଟଙ୍କା ଦେବାକୁ ପଡ଼ିବ।
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପକ୍ଷରୁ ଜାରି ଏକ ବିବୃତିରେ ଏହି ସୂଚନା ଦିଆଯାଇଛି। ଗତ ମାସରେ ମଧ୍ୟ ସବ୍ସିଡି ଗ୍ୟାସ୍ ସିରିଣ୍ଡର ଦର ୨ ଟଙ୍କା ୭୧ ପଇସା ଓ ଅଣସବ୍ସିଡି ଗ୍ୟାସ୍ ୫୫ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିଲା।
from OdishaReporter https://ift.tt/2LNkoob
No comments:
Post a Comment