୧୦ହଜାର ଟଙ୍କା ଲାଞ୍ଚ ମାଗିଥିବା ଥାନାବାବୁଙ୍କୁ ଧରିଲା ଭିଜିଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

୧୦ହଜାର ଟଙ୍କା ଲାଞ୍ଚ ମାଗିଥିବା ଥାନାବାବୁଙ୍କୁ ଧରିଲା ଭିଜିଲାନ୍ସ

ଫୁଲବାଣୀ(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଉଥିବା ବେଳେ କନ୍ଧମାଳ ଜିଲ୍ଲା ଚକାପାଦ ଥାନାଧିକାରୀ ହରିବନ୍ଧୁ ପରିଡ଼ା ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇଛନ୍ତି।

ବାଇଲି ବଞ୍ଜରା ଗାଁର ଜେନା ମଲ୍ଲିକଙ୍କଠାରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ସକାଳେ ଖବର ପାଇଥିଲା ଫୁଲବାଣୀ ଭିଜିଲାନ୍ସ ଟିମ୍‌ । ଟଙ୍କା ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା।

DSPଙ୍କ କହିବା ଅନୁସାରେ, ଚକାପାଦ ଥାନା ଲିଆଗଡ଼ ଗ୍ରାମରେ ଗତ ମାସ ୧୭ ତାରିଖରେ ଏକ ବିବାଦୀୟ ଘଟଣାରେ ଥାନାଧିକାରୀ ପରିଡ଼ା ୩ ଜଣଙ୍କୁ ଗିରଫ କରିଥିଲେ। ଘଟଣାରେ ସାକ୍ଷୀ ଥିବା ବାଇଲି ବଞ୍ଜରା ଗାଁର ଜେନା ମଲ୍ଲିକଙ୍କୁ ଗିରଫ କରିବାକୁ ମଧ୍ୟ ଧମକ ଦେଇଥିଲେ।

ଏପରିକି ଗିରଫଦାରିରୁ ବର୍ତ୍ତିବାକୁ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମଧ୍ୟ ମାଗିଥିଲେ ।

ଭିଜିଲାନ୍ସ ସୂଚନା ମୁତାବକ, ଆଜି ଜେନା ମଲ୍ଲିକ ୧୦ ହଜାର ଟଙ୍କା ନେଇ ପରିଡ଼ାଙ୍କୁ ଥାନାରେ ଦେବାକୁ ଯାଇଥିଲା। ଏହି ସମୟରେ ଖବର ପାଇ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ଗିରଫ ଥାନାଧିକାରୀ କହିଛନ୍ତି, ହତ୍ୟା ମାମଲାରେ ସାକ୍ଷୀ ଥିବା ଜେନା ମଲ୍ଲିକ ତାଙ୍କୁ ମିଥ୍ୟାରେ ଫସାଇ ଦିଆଯାଇଛି । ଭୋଜି କରିବା ବାହାନାରେ ସେ ଆଜି ଥାନାକୁ ଆସି ଜୋର ଜବରଦସ୍ତ ତାଙ୍କ ପକେଟ୍‌ରେ ଟଙ୍କା ଗୁଞ୍ଜି ଦେଇଥିଲେ ।



from OdishaReporter https://ift.tt/2Bevjmu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages