କରୁଣାନିଧିଙ୍କ ଶେଷକୃତ୍ୟ ସ୍ଥାନକୁ ନେଇ ବିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

କରୁଣାନିଧିଙ୍କ ଶେଷକୃତ୍ୟ ସ୍ଥାନକୁ ନେଇ ବିବାଦ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧିଙ୍କ ଶେଷକୃତ୍ୟ ସ୍ଥାନକୁ ନେଇ ବିବାଦ ଦେଖାଦେଇଛି। ଚେନ୍ନାଇର ମାରିନା ବିଚ୍‌ରେ ଥିବା ଆନ୍ନା ଦୁରାଇଙ୍କ ସମାଧି ସ୍ଥଳ ନିକଟରେ କରୁଣାନିଧିଙ୍କ ଶେଷକୃତ୍ୟ କରିବାକୁ ତାଙ୍କ ପରିବାର ଓ ଡିଏମ୍‌କେ ଚାହୁଁଛି। ହେଲେ ତାମିଲନାଡ଼ୁ ସରକାର ଏଥିପାଇଁ ଅନୁମତି ଦେଇନାହାନ୍ତି। ଯାହାକୁ ନେଇ ବିବାଦ ଦେଖାଦେଇଛି।

ଏହାକୁ ନେଇ ଡିଏମ୍‌କେ ମାଡ୍ରାସ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଆଜି ହାଇକୋର୍ଟ ଏହାର ଶୁଣାଣି କରିବେ।

ଏବେ ସ୍ୱର୍ଗତ କରୁଣାନିଧିଙ୍କ ମରଶରୀରକୁ ଚେନ୍ନାଇ ରାଜାଜୀ ହଲ୍‌ରେ ରଖାଯାଇଛି। ବିଶିଷ୍ଟ ବ୍ୟକ୍ତି ଓ ସମର୍ଥକମାନେ ସେଠାରେ ତାଙ୍କ ଶେଷଦର୍ଶନ କରୁଛନ୍ତି।

ସୂଚନାଯୋଗ୍ୟ, ମାରିନା ବିଚ୍‌ରେ ଆଗରୁ ଆନ୍ନା ଦୁରାଇ, ଏମ୍‌ଜିଆର ଏବଂ ଜୟଲଳିତାଙ୍କ ଶେଷକୃତ୍ୟ ହୋଇଥିଲା।

କରୁଣାନିଧିଙ୍କ ଶେଷକୃତ୍ୟରେ ଯୋଗଦେବେ ମୋଦି

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସୁପ୍ରିମୋ କରୁଣାନିଧିଙ୍କ ଆଜି ଶେଷକୃତ୍ୟ ସମ୍ପନ୍ନ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାରୁ ଶାସକ ଦଳର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ ବିଧାୟକ ଦେବୀପ୍ରସାଦ ମିଶ୍ର ଶେଷକୃତ୍ୟରେ ଯୋଗ ଦେବାକୁ ଚେନ୍ନାଇ ଯିବେ ବୋଲି ଜଣାପଡ଼ିଛି।

karuna

ଦିନିକିଆ ରାଷ୍ଟ୍ରୀୟ ଶୋକ

ଏମ୍‌. କରୁଣାନିଧିଙ୍କ ପରଲୋକରେ କେନ୍ଦ୍ର ସରକାର ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ଘୋଷଣା କରିଛନ୍ତି। ସେହିପରି ତାମିଲନାଡୁ ସରକାର ୭ ଦିନିଆ ଶୋକ ପାଳନ ପାଇଁ ଘୋଷଣା କରିଛନ୍ତି।

କରୁଣାନିଧି ଥିଲେ ତାମିଲନାଡୁର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା

କରୁଣାନିଧିଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୁଣାନିଧିଙ୍କ ପରଲୋକେ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କୁ ତାମିଲନାଡୁର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ଅଭିହିତ କରିବା ସହ ସାମାଜିକ ପରିବର୍ତ୍ତନ ଓ ସଂସ୍କାର କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି କହିଛନ୍ତି ନବୀନ।

ସେହିପରି କରୁଣାନିଧିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମେତ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।



from OdishaReporter https://ift.tt/2OSPl8X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages