ବିହାର ପରେ ୟୁପିରେ ଶେଲ୍‌ଟର୍‌ ହୋମ୍‌ ସ୍କାଣ୍ଡାଲ୍: ରାତିରେ ଲାଗୁଥିଲା କାର୍, ବାହାରକୁ ଯାଉଥିଲେ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ବିହାର ପରେ ୟୁପିରେ ଶେଲ୍‌ଟର୍‌ ହୋମ୍‌ ସ୍କାଣ୍ଡାଲ୍: ରାତିରେ ଲାଗୁଥିଲା କାର୍, ବାହାରକୁ ଯାଉଥିଲେ ଝିଅ

ଦେଓରିଆ: ବିହାର ଶେଲ୍‌ଟର୍‌ ହୋମ୍‌ରେ ନାବାଳିକାମାନଙ୍କୁ ଦୁଷ୍କର୍ମ କରାଯିବା ଭଳି ଜଘନ୍ୟ କାଣ୍ଡ ଲୋକଙ୍କ ମନରୁ ଲିଭି ନଥିବା ବେଳେ, ଏବେ ଉତ୍ତର ପ୍ରଦେଶରୁ ଆସିଛି ସମାନ ଅଭିଯୋଗ। ଉତ୍ତର ପ୍ରଦେଶର ଦେଓରିଆଠାରେ ଥିବା ଏକ ଶେଲ୍‌ଟର୍‌ ହୋମ୍‌ରୁ ୨୪ ଜଣ ଝିଅଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କୁ ଏଠାରେ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି।

ଏବେବି ୧୮ ଜଣ ଝିଅ ନିଖୋଜ ଅଛନ୍ତି। ପୁଲିସ୍‌ ଗତକାଲି ଏହି ଶେଲ୍‌ଟର୍‌ ହୋମ୍‌ରେ ଚଢ଼ଉ କରିଥିଲା। ଏହି ସମୟରେ ଏହାର ମାଲିକାଣୀ ଗିରିଜା ସିଂହ, ତାଙ୍କ ସ୍ୱାମୀ ମୋହନ ତ୍ରିପାଠୀ ଓ ତାଙ୍କ ଝିଅଙ୍କୁ ପୁଲିସ୍‌ ଗିରଫ କରି ଶେଲ୍‌ଟର୍‌ ହୋମ୍‌କୁ ସିଲ୍‌ କରିଦେଇଛି।

ଉଦ୍ଧାର ହୋଇଥିବା ଝିଅମାନଙ୍କ ଡାକ୍ତରୀମାଇନା କରାଯାଇଥିବା ବେଳେ ସେମାନଙ୍କ ବୟାନ ରେକର୍ଡ କରାଯାଇଛି ବୋଲି ଏଡିଜି(ଆଇନ୍‌ ଶୃଙ୍ଖଳା) ଆନନ୍ଦ କୁମାର କହିଛନ୍ତି। ସେ କହିଛନ୍ତି, ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ତଦନ୍ତରେ ସହଯୋଗ କରୁଛି। ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ପୂର୍ବରୁ ଏହି ଶେଲ୍‌ଟର୍‌ ହୋମ୍‌ଟି ସରକାରୀ ଅନୁଦାନରେ ଚାଲୁଥିଲା। କିନ୍ତୁ ୨୦୧୭ରେ ଏହାର ସ୍ୱୀକୃତିକୁ ବାତିଲ କରାଯାଇଥିଲା। ସିବିଆଇ ତଦନ୍ତ ପରେ ଏଭଳି ପଦକ୍ଷେପ ନିଆଯାଇଥିଲା।

ଏହାସତ୍ତ୍ୱେ ଦମ୍ପତି ଶେଲ୍‌ଟର୍‌ ହୋମ୍‌ ଚଳାଉଥିଲେ। ଗତ ସପ୍ତାହରେ ପୁଲିସ୍‌ ଯେତେବେଳେ ସ୍ଥିତି ସମୀକ୍ଷା କରିବାକୁ ଯାଇଥିଲା, ଦମ୍ପତି ଏଥିରେ ସହଯୋଗ କରି ନଥିଲେ।

ଗତ ରାତିରେ ଶେଲ୍‌ଟର୍‌ ହୋମ୍‌ରେ ୩ ବର୍ଷ ଧରି ରହୁଥିବା ଜଣେ ଝିଅ ଖସି ଆସି ସ୍ଥାନୀୟ ଲୋକଙ୍କ ପାଖରେ ପହଞ୍ଚିଥିଲେ।

ଏହାପରେ ସ୍ଥାନୀୟ ଲୋକମାନେ ତାଙ୍କୁ ପୁଲିସ୍‌ ନିକଟକୁ ନେଇଥିଲେ। ସେ ଶେଲ୍‌ଟର୍‌ ହୋମ୍‌ରେ ଚାଲିଥିବା ଯୌନ ନିର୍ଯାତନା ସମ୍ପର୍କରେ ପୁଲିସ୍‌କୁ ଜଣାଇଥିଲେ।

ତାଙ୍କ କହିବା କଥା ହେଲା, ରାତି ବେଳେ ଶେଲ୍‌ଟର୍‌ ହୋମକୁ କାର୍‌ ଆସୁଥିଲା।

ଏଥିରେ ଝିଅମାନଙ୍କୁ ପଠାଯାଉଥିଲା। ସେମାନେ ସକାଳେ ଶେଲ୍‌ଟର୍‌ ହୋମ୍‌କୁ ଫେରୁଥିଲେ। ବେଆଇନ୍‌ ଭାବେ ଝିଅମାନଙ୍କୁ ଏଠାରେ ରହିବାର ସୁଯୋଗ ମଧ୍ୟ ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି।

ଶେଲ୍‌ଟର୍‌ ହୋମ୍‌ ନାଁରେ ଦମ୍ପତି ଏଠାରେ ଦେହ ବେପାର କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଝିଅଟିର ବୟାନକୁ ଆଧାର କରି ନିଖୋଜ ଝିଅମାନଙ୍କୁ ପ୍ରଥମେ ଖୋଜୁଛି।



from OdishaReporter https://ift.tt/2OfrNtT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages