ଆତଙ୍କୀଙ୍କ ଝିଅର ହାତ ଧରିଲେ ଆତଙ୍କୀର ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଆତଙ୍କୀଙ୍କ ଝିଅର ହାତ ଧରିଲେ ଆତଙ୍କୀର ପୁଅ

ଲଣ୍ଡନ୍‌: ଆତଙ୍କୀ ପରିବାରରେ ବାହାଘରକୁ ନେଇ ଚର୍ଚ୍ଚା। ବିଶ୍ୱର କୁଖ୍ୟାତ ଆତଙ୍କବାଦ ଓସାମା ବିନ୍‌ ଲାଡେନ୍‌ର ପୁଅ ହମ୍‌ଜା ବିନ୍‌ ଲାଡେନ୍‌ ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛି। ତେବେ ସେ କାହାକୁ ବାହା ହୋଇଛନ୍ତି, ତାହା ଜାଣିଲେ, ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ହମ୍‌ଜା ୯/୧୧ ଆମେରିକା ଆକ୍ରମଣର ରିଙ୍ଗ ଲିଡର୍‌ ତଥା ଅପହରଣକାରୀ ମହମ୍ମଦ ଅଟ୍ଟାର ଝିଅକୁ ବାହା ହୋଇଛନ୍ତି।

ଉଭୟଙ୍କ ପରିବାର ଲୋକଙ୍କ ପକ୍ଷରୁ ଏହା କୁହାଯାଇଛି। ଓସାମା ବିନ୍‌ ଲାଡେନ୍‌ର ଜଣେ ସମ୍ପର୍କୀୟ ଭାଇ ଅହମ୍ମଦ-ଅଲ ଅଟ୍ଟାସ କହିଛନ୍ତି, ଅଲ-କାଏଦା ସଂଗଠନର ଏକ ଉଚ୍ଚ ପଦରେ ହମଜା ଅବସ୍ଥାପିତ ହୋଇଛି। ଏବେ ସେ ନିଜ ବାପାରଙ୍କର ମୃତ୍ୟୁର ପ୍ରତିଶୋଧ ନେବାକୁ ଚେଷ୍ଟିତ।

୨୦୧୧ ମେ‘୨ରେ ଆମେରିକା ସେନା ଅବୋଟ୍ଟାବାଦ୍‌ରେ ଲୁଚିଥିବା  ଓସାମାକୁ ଗୁଳି କରି ହତ୍ୟା କରିଥିଲେ। ସେବେଠାରୁ ହମଜା ପ୍ରତିଶୋଧ ନେବାକୁ ପଣ କରିଛନ୍ତି।  ଏବେ ସେ ମହମ୍ମଦ ଅଟ୍ଟାର ଝିଅକୁ ବାହା ହୋଇଥିବା ଖବର ମିଳିଛି ବୋଲି ସେ କହିଛନ୍ତି।  ଓସାମାର ତୃତୀୟ ପତ୍ନୀ ଖାଇରିଆ ଶବାରଙ୍କ ପୁଅ ହେଉଛନ୍ତି ହମ୍‌ଜା।

ଓସାମାକୁ ଅବୋଟ୍ଟାବାଦରେ ହତ୍ୟା କରାଯିବା ବେଳେ ଖାଇରିଆ ସେଠାରେ ଉପସ୍ଥିତ ଥିଲେ।  ଏହାପରେ ହମ୍‌ଜା ବିଭିନ୍ନ ସମୟରେ ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ ଓ ଇସ୍ରାଏଲ୍‌ଠାରୁ ପ୍ରତିଶୋଧ ନେବାକୁ ଅଲ-କାଏଦା ସଦସ୍ୟମାନଙ୍କୁ ଆହ୍ୱାନ ଦେଇ ଆସୁଛନ୍ତି।

ଦୁଇ ବର୍ଷ ହେଲା ଗୁଇନ୍ଦା ବିଭାଗ ହମ୍‌ଜାକୁ ଖୋଜିବା ଆରମ୍ଭ କରିଛି। ଓସାମାର ଗୋଟିଏ ପୁଅ ଖାଲିଦ୍‌ ଅବୋଟ୍ଟାବାଦରେ ପ୍ରାଣ ହରାଇଥିଲା। ସେହିଭଳି ଆଉ ଗୋଟିଏ ପୁଅ ସାଦ୍‌ ୨୦୦୯ରେ ଆଫ୍‌ଗାନିସ୍ତାନରେ ଡ୍ରୋନ ଆକ୍ରମଣରେ ନିହତ ହୋଇଥିଲା।



from OdishaReporter https://ift.tt/2M3a1wu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages