୧୨ ବର୍ଷରୁ କମ୍‌ ବୟସର ନାବାଳିକାଙ୍କ ଦୁଷ୍କର୍ମକାରୀଙ୍କୁ ଫାଶୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

 ୧୨ ବର୍ଷରୁ କମ୍‌ ବୟସର ନାବାଳିକାଙ୍କ ଦୁଷ୍କର୍ମକାରୀଙ୍କୁ ଫାଶୀ

ନୂଆଦିଲ୍ଲୀ: ନାବାଳିକା ଦୁଷ୍କର୍ମକାରୀଙ୍କୁ ଏଣିକି ମୃତ୍ୟୁଦଣ୍ଡ ମିଳିବ। ଏ ନେଇ ଆଜି ‘ଦ କ୍ରିମିନାଲ୍‌ ‘ଲ’ ଆମେଣ୍ଡମେଣ୍ଟ୍‌ ବିଲ୍‌ ୨୦୧୮ ସଂସଦରେ ପାରିତ ହୋଇଛି। ଏହି ବିଲ୍‌ ଅନୁସାରେ ୧୨ ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ଦୁଷ୍କର୍ମ କଲେ ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯିବ। ଏବେ ଏହି ବିଲ୍‌ଟି ରାଷ୍ଟ୍ରପିତଙ୍କ ମଞ୍ଜୁରୀ ପାଇଁ ପଠାଯିବ। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ବିଲ୍‌ଟି ଆଇନ୍‌ରେ ପରିଣତ ହେବ।

ତେବେ ଚଳିତ ବର୍ଷ ଜୁଲାଇ ୩୦ ତାରିଖରେ ଏହି ବିଲ୍‌ଟି ଲୋକସଭାରେ ପାରିତ ହୋଇଥିଲା। ଏବଂ ଏହା ବାଚନିକ(ଭଏସ୍‌) ଭୋଟ୍‌ ମାଧ୍ୟମରେ ରାଜ୍ୟସଭାରେ ଅନୁମୋଦନ କରାଯାଇଥିଲା। ତେବେ ଆଜି କ୍ୟାବିନେଟ୍‌ ଏଥିରେ ମୋହର ମାରିଛି। ଏହି ବିଲ୍‌ଟି ଦେଶରେ ଶିଶୁମାନଙ୍କୁ ସୁରକ୍ଷା ଦେଇପାରିବ ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି।



from OdishaReporter https://ift.tt/2OhqsTj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages