ଲୋକସଭାରେ ପାସ୍‌ ହେଲା ଏସ୍‌ସି/ଏସ୍‌ଟି ସଂଶୋଧିତ ବିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଲୋକସଭାରେ ପାସ୍‌ ହେଲା ଏସ୍‌ସି/ଏସ୍‌ଟି ସଂଶୋଧିତ ବିଲ୍‌

ନୂଆଦିଲ୍ଲୀ: ଆଜି ଲୋକସଭାରେ ଦୀର୍ଘ ସମୟର ବିତର୍କ ପରେ  ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି(ଏସ୍‌ସି/ଏସ୍‌ଟି)  ସଂଶୋଧିତ ବିଲ୍‌ ପାସ୍‌ ହୋଇଛି।

ସରକାରଙ୍କ ପକ୍ଷରୁ ଆଜି ଲୋକସଭାରେ ଏସ୍‌ସି/ଏସ୍‌ଟି ସଂଶୋଧିତ ବିଲ୍‌ ଆଗତ କରାଯାଇଥିଲା।  ଏହାକୁ ନେଇ ଦୀର୍ଘ ସମୟ ଧରି ବିତର୍କ ହୋଇଥିଲା।  ଶେଷରେ ସର୍ବସମ୍ମତିକ୍ରମେ ଏହା ଗୃହୀତ ହୋଇଛି।

ଦଳିତଙ୍କ ସ୍ୱାର୍ଥ ସାଧନ ପାଇଁ ସରକାର ଏହି ବିଲ୍‌ ଆଣିଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ବିଲ୍‌ ଉପରେ ମତ ରଖି କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ୍‌ ଖାଡ୍‌ଗେ କହିଥିଲେ, “ଦଳିତଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ସରକାର ଏଭଳି ସଂଶୋଧିତ ବିଲ୍‌ ଆଣିଛନ୍ତି।

ସୁପ୍ରିମକୋର୍ଟ ଏସ୍‌ସି/ଏସ୍‌ଟି ଆଇନ୍‌କୁ ଦୁର୍ବଳ କରିବାକୁ ରୁଲିଂ ଦେଇଥିଲେ। ଏହି ରାୟ ପରେ ସରକାର ୬ଟି ଅଧ୍ୟାଦେଶ ଆଣି ସାରିଥିଲେ। କିନ୍ତୁ ଏସ୍‌ସି/ଏସ୍‌ଟି ସଂଶୋଧନ ବିଲ୍‌ କାହିଁକି ଆଣୁ ନଥିଲେ? ଏବେ ଏହି ସଂଶୋଧନ ବିଲ୍‌କୁ ସମ୍ବିଧାନର ୯ମ ତାଲିକାରେ ସାମିଲ କରାଯିବା ଦରକାର। ଏହାଦ୍ୱାରା କୋର୍ଟ ଏହାକୁ ଚ୍ୟାଲେଞ୍ଜ କରିପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି।’’

ବିଜେପି ପକ୍ଷରୁ ବିନୋଦ କୁମାର ସୋନକର ବିତର୍କରେ ଭାଗ ନେଇ ସିଧାସଳଖ ମାୟାବତୀଙ୍କୁ ଟାର୍ଗେଟ କରିଥିଲେ।

ସେ କହିଥିଲେ ୨୦୦୭ରେ ମାୟାବତୀ ଉତ୍ତର ପ୍ରଦେଶରେ କ୍ଷମତାରେ ଥିବା ବେଳେ ପ୍ରଚଳିତ ଏସ୍‌ସି/ଏସ୍‌ଟି ଆଇନ୍‌କୁ ଦୁର୍ବଳ କରିଦେଇଥିଲେ। କଂଗ୍ରେସ ଦୀର୍ଘ ବର୍ଷ ହେଲା ଦେଶକୁ ଶାସନ କରୁଥିଲା, କିନ୍ତୁ ଦଳିତମାନଙ୍କୁ କେବଳ ଭୋଟ୍‌ ବ୍ୟାଙ୍କ ଭାବେ ବ୍ୟବହାର କରିଚାଲିଥିଲା।

ମୋଦି ସରକାର କ୍ଷମତାକୁ ଆସିବା ପରେ ଦଳିତଙ୍କ ସ୍ୱାର୍ଥ ସାଧନ କରିଛନ୍ତି ବୋଲି ସେ କହିଛନ୍ତି।

ପୂର୍ବରୁ ସୁପ୍ରିମକୋର୍ଟ ଏସ୍‌ସି/ଏସ୍‌ଟି ଆଇନ୍‌ରେ କେତେକ ପରିବର୍ତ୍ତନ ପାଇଁ ରାୟ ଦେବା ସହ ମାମଲାର ତର୍ଜମା କରିବା ପରେ ଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଥିଲେ।



from OdishaReporter https://ift.tt/2MqXG1V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages