
କାମାକ୍ଷାନଗର (ରାକେଶ ଦେହୁରୀ): ମିଳିଲାନି ଚାରି କାନ୍ଧ। ବାପାଙ୍କ ମୃତଦେହକୁ ଟ୍ରଲିରେ ଘରକୁ ବୋହି ନେଲେ ଝିଅ ଓ ସମ୍ପର୍କୀୟ। ଏପରି କରୁଣ ଚିତ୍ର ଢେଙ୍କାନାଳ ଜିଲ୍ଲା ଭୁବନରେ ଦେଖିବାକୁ ମିଳିଛି।
ନୀଳକଣ୍ଠପୁର ଗାଁ ଦୟାନିଧି ମଲ୍ଲିକ(୬୫) ଗତକାଲିଠାରୁ ନିଖୋଜ ଥିଲେ। ଆଜି ତାଙ୍କର ମୃତଦେହ ବ୍ରାହ୍ମଣୀ ନଦୀରୁ ଉଦ୍ଧାର କରାଯାଇଥିଲା। ପରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଭୁବନ ମେଡିକାଲକୁ ନିଆଯାଇଥିଲା।
ବ୍ୟବଚ୍ଛେଦ ପରେ ମୃତଦେହକୁ ଘରକୁ ନେବା ପାଇଁ ଭୁବନରେ ‘ମହାପ୍ରୟାଣ’ ଗାଡ଼ି ନାହିଁ। ଏପରିକି ସେମାନେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ପ୍ରାଇଭେଟ୍ ଗାଡ଼ିରେ ମୃତଦେହ ନେବାକୁ ପାଖରେ ସମ୍ୱଳ ନାହିଁ। ସେଥିପାଇଁ ମୃତଦେହକୁ ଦୁଇ ଝିଅ ଓ ସମ୍ପର୍କୀୟମାନେ ଟ୍ରଲିରେ ୫ କିମି ଦୂର ନୀଳକଣ୍ଠପୁର ଗାଁକୁ ବୋହି ନେଇଥିଲେ।
ଦୟାନିଧିଙ୍କର ପୁଅ ନାହିଁ। ତିନି ଝିଅ ଓ ସ୍ତ୍ରୀଙ୍କୁ ନେଇ ପରିବାର।
ସୂଚନାରୁ ପ୍ରକାଶ, ମୃତଦେହକୁ ଯେପରି କୌଣସି ବ୍ୟକ୍ତି ଅସମ୍ମାନ ନକରିବେ, ସେଥିପାଇଁ ରାଜ୍ୟ ସରକାର ‘ମହାପ୍ରୟାଣ’ ଗାଡ଼ିର ବ୍ୟବସ୍ଥା କରିଥିଲେ। ମାତ୍ର ରାଜ୍ୟରେ ପର୍ଯ୍ୟାପ୍ତ ସଂଖ୍ୟାରେ ‘ମହାପ୍ରୟାଣ’ ଗାଡ଼ି ନଥିବାରୁ ମୃତଦେହକୁ ଅତି ଦୟନୀୟ ଭାବେ ନିଆଯାଉଛି। ଯାହା ଆଜି ଭୁବନରେ ଦେଖିବାକୁ ମିଳିଛି। ମୃତଦେହକୁ କଳା ଜରିରେ ଗୁଡ଼ାଇ ଟ୍ରଲିରେ ନିଆଯାଉଥିବା ଦେଖିବାକୁ ମିଳିଛି।
from OdishaReporter https://ift.tt/2vrx0I6
No comments:
Post a Comment