ଭୂକମ୍ପ ଝଟ୍‌କା: ସୁନାମି ଆସିବା ନେଇ ଜାରି ହେଲା ସତର୍କ ସୂଚନା   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ଭୂକମ୍ପ ଝଟ୍‌କା: ସୁନାମି ଆସିବା ନେଇ ଜାରି ହେଲା ସତର୍କ ସୂଚନା  

ଜାକର୍ତ୍ତା: ଇଣ୍ଡୋନେସିଆ ଲୋମ୍ବବକ ଦ୍ୱୀପରେ ରବିବାର ସନ୍ଧ୍ୟାରେ ଘଟିଛି ଭୟଙ୍କର ଭୂମିକମ୍ପ। ରିକ୍ଟର ସ୍କେଲ୍‌ରେ  ଏହାର ତୀବ୍ରତା ୭.୦ ରହିଛି।  ବାଲି ଦ୍ୱୀପ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏନେଇ ସୁନାମି ଆଶଙ୍କାରେ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ନିରାପଦ ସ୍ଥାନରେ ରହିବାକୁ ସୂଚନା ଦିଆଯାଇଛି। ଘର ଛାଡ଼ି ଖୋଲାସ୍ଥାନକୁ ପଳାଇଯିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଲୋମ୍ବବକର ଉତ୍ତର ତଟବର୍ତ୍ତୀ ଅଞ୍ଚଳରେ ଏହି ସୁନାମି ଆସିବାର ଆଶଙ୍କା ରହିଛି।

ତେବେ ଭୂମିକମ୍ପ ହେବା ପରେ ଲୋକେ ଏବଂ ପର୍ଯ୍ୟଟକ ଭୟଭୀତ ହୋଇ ଏଣେତେଣେ ଦଉଡ଼ୁଥିବା ଏକ ଭିଡିଓ ଫୁଟେଜ୍‌ରେ ଦେଖିବାକୁ ମିଳିଛି। ତେବେ ଭୂମିକମ୍ପରେ ମୃତାହତଙ୍କ ସୂଚନା ମିଳି ନାହିଁ। ଏହା ପୂର୍ବରୁ ଜୁଲାଇ ୨୯ରେ ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା।

ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୬୦ ଜଣ ଆହତ ହୋଇଥିଲେ।  ୨୦୦୪ରେ ଭାରତୀୟ ମହାସାଗରରେ ଆସିଥିବା ପ୍ରଳୟଙ୍କରୀ ସୁନାମିରେ ଇଣ୍ଡୋନେସିଆର ୧୬୮,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।



from OdishaReporter https://ift.tt/2ndCIsF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages