
ନୂଆଦିଲ୍ଲୀ:ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଦିଲ୍ଲୀରେ ଆଜିଏ ଏକ ସ୍ମୃତି ସଭା ଅନୁଷ୍ଟିତ ହୋଇଯାଇଛି। ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ହୋଇଥିବା ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସବୁ ରାଜନୈତିକ ଦଳର ଅନେକ ନେତା ଉପସ୍ଥିତ ଥିଲେ। ଏଥିସହିତ ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ବହୁ ବିଶିଷ୍ଠ ବ୍ୟକ୍ତି ମଧ୍ୟ ଯୋଗଦେଇ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବାଜପେୟୀଙ୍କ ଲାଗି ଆଜି ଭାରତ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ହେବା ସହ ବିଶ୍ୱ ଦରବାର ନଜରକୁ ଆସିପାରିଛି। ଏଥିସହ ବାଜପେୟୀଙ୍କ ଦୃଢ ଚିନ୍ତାଧାର ଯୋଗୁ ସେ ଅନେକ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିପାରିଛନ୍ତି।
ବାଜପେୟୀ ତାଙ୍କ ଜୀବନ କାଳରେ କେବେ ହେଲେ କାହା ଚାପରେ ନତମସ୍ତକ ହୋଇନାହାନ୍ତି। ନିଜର ସାରା ଜୀବନକୁ ସେ ଦେଶପାଇଁ ସମର୍ପିତ କରିଦେଇଥିଲେ । ଏହି ଅବସରରେ ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ କହିଥିଲେ ଯେ ମୁଁ ଜୀବନରେ ଅନେକ ସଭାରେ ଭାଷଣ ଦେଇଛି।
କିନ୍ତୁ ଦିନେ ଏମିତି ଏକ ସଭାରେ ଭାଷଣ ଦେବାକୁ ପଡିବ ଯେଉଁଠି ବାଜପେୟୀ ନ ଥିବେ ତାହା ମୁଁ କେବେ ଭାବି ନଥିଲି। ଆଉ ମୁଁ ହେଉଛି ଭାଗ୍ୟବାନ। କାରଣ ତାଙ୍କ ବ୍ୟକ୍ତିତ୍ୱ ସହ ସହ ଦୀର୍ଘ ୬୫ ବର୍ଷ ଧରି ବିତାଇଛି। ତାଙ୍କୁ ପାଖରୁ ଦେଖିଛି ଓ କାମ କରିବାର ସୁଯୋଗ ପାଇଥିଲି ବୋଲି ଆଡ଼ଭାନୀ କହିଥିଲେ।
from Odisha Reporter https://ift.tt/2N2324e
No comments:
Post a Comment