ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ କଲା ଏଏସ୍‌ଆଇ କୋର୍‌ କମିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ କଲା ଏଏସ୍‌ଆଇ କୋର୍‌ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନରୁ ପାଣି ଗଳିବା ନେଇ ଯାଞ୍ଚ ଆରମ୍ଭ ହୋଇଛି। ଏଏସ୍‌ଆଇର ବୈଷୟିକ କୋର୍‌ କମିଟିର ଏକ ଟିମ୍ ମନ୍ଦିର ଭିତରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତିନି ଦିନ ଧରି ଏହି ଯାଞ୍ଚ ଚାଲିବାକୁ ଥିବା ବେଳେ ମଙ୍ଗଳବାର IIT ଚେନ୍ନାଇ ଓ IIT ଖଡ଼ଗପୁରରୁ ପ୍ରଫେସର ଆସିବେ।

ସେପଟେ ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ASI ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ମାଉସୀମା ଓ ଗୁଣ୍ଡିଚା ମନ୍ଦିରର ଅନୁଧ୍ୟାନ ଶେଷ ହୋଇଥିବା ଏଥିରେ ଉଲ୍ଲେଖ ରହିଛି। ତା’ସହ ଶ୍ରୀମନ୍ଦିର ବାହାର ବେଢ଼ାର ୬ଟି ମନ୍ଦିର ମରାମତି ନେଇ ମଧ୍ୟ ସତ୍ୟପାଠ ଦାଖଲ ହୋଇଛି। ତେବେ ମରାମତି କାମର ଅଗ୍ରଗତି ସଂପର୍କରେ ଏକ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ASIକୁ ଖଣ୍ଡପୀଠ କହିଛନ୍ତି। ଆସନ୍ତା ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ।



from Odisha Reporter https://ift.tt/2MFirdy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages