
ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚେନ୍ନାଇ ଆସି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ସୁପ୍ରିମୋ ଏମ୍. କରୁଣାନିଧିଙ୍କ ଶେଷ ଦର୍ଶନ କରିଛନ୍ତି ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ମୋଦି ଚେନ୍ନାଇରେ ପହଞ୍ଚିବା ପରେ ରାଜାଜୀ ହଲ୍କୁ ଯାଇଥିଲେ। ସେଠାରେ କରୁଣାନିଧିଙ୍କ ପ୍ରାର୍ଥିବ ଶରୀରକୁ ଶେଷଦର୍ଶନ ପାଇଁ ରଖାଯାଇଛି। ହଲ୍ରେ ପହଞ୍ଚିବା ପରେ ମୋଦି ପ୍ରଥମେ ଏହି ମହାନ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ସେ କରୁଣାନିଧିଙ୍କ ପୁଅ ଷ୍ଟାଲିନ୍ ଏବଂ ଝିଅ କନିମୋଝିଙ୍କ ସହ ଆଲୋଚନା କରିଥିଲେ।
ମୋଦିଙ୍କ ବ୍ୟତୀତ ରଜନୀକାନ୍ତ ଓ କମଲ୍ ହାସନ୍ଙ୍କ ପରି ସୁପର୍ଷ୍ଟାର ରାଜାଜୀ ହଲ୍ରେ ପହଞ୍ଚି କରୁଣାନିଧିଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
from OdishaReporter https://ift.tt/2vyQavR
No comments:
Post a Comment