
ଚେନ୍ନାଇ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ସୁପ୍ରିମୋ ଏମ୍ କରୁଣାନିଧିଙ୍କ ଶେଷକୃତ୍ୟ ଚେନ୍ନାଇର ମ୍ୟାରିନା ବିଚ୍ରେ ହେବା ନିଶ୍ଚିତ ହୋଇଛି। କରୁଣାନିଧିଙ୍କ ଶେଷକୃତ୍ୟ ମ୍ୟାରିନା ବିଚ୍ରେ କରିବାକୁ ମାଡ୍ରାସ୍ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ କାବେରୀ ହସ୍ପିଟାଲ୍ରେ କରୁଣାନିଧିଙ୍କ ପରଲୋକ ହେବା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ମ୍ୟାରିନା ବିଚ୍ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେଉ ବୋଲି ତାଙ୍କ ଦଳର ନେତାଙ୍କ ସହ ଲକ୍ଷ ଲକ୍ଷ ସମର୍ଥକ ଦାବି କରିଥିଲେ। ହେଲେ କ୍ଷମତାସୀନ ଏଆଇଡିଏମ୍କେ ସରକାର ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ। ଏହାକୁ ବିରୋଧ କରି ଡିଏମ୍କେ ମାଡ୍ରାସ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ଡିଏମ୍କେର ପିଟିସନ୍ ଦାଖଲ ପରେ ଗତକାଲି ବିଳମ୍ବିତ ରାତିରୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହୁଲୁଭାଦି ଜି. ରକେଶଙ୍କ ଘରେ ଶୁଣାଣି ଆରମ୍ଭ ହୋଇଥିଲା। ଉଭୟ ପକ୍ଷକୁ ଶୁଣିବା ପରେ କୋର୍ଟ ମ୍ୟାରିନା ବିଚ୍ରେ କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନ କରିବା ପାଇଁ ଅନୁମତି ଦେଇଛନ୍ତି।
from OdishaReporter https://ift.tt/2Mv1qQ2
No comments:
Post a Comment