
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୃତ୍ୟୁକୁ ସମସ୍ତେ ଭୟ କରନ୍ତି। ହେଲେ ସେ କେବେବି ଡରୁ ନଥିଲେ। ଏ କଥା ବି କେବେ ସେ ଚାହୁଁ ନଥିଲେ ଯେ, ମୃତ୍ୟୁ ପାଦ ଚିପି ପଛରୁ ଆସି ତାଙ୍କୁ କବଳିତ କରିନେଉ। ସେଇଥିପାଇଁ ତ ମରଣ ଆଗରୁ ହିଁ ସେ ଲେଖି ଯାଇଛନ୍ତି ମୃତ୍ୟୁର କବିତା। ଲେଖିଛନ୍ତି, ଯଦି ବି କେବେ ମୃତ୍ୟୁ ତାଙ୍କୁ ଅଙ୍ଗିକାର କରିବାକୁ ଆସିବ, ସେ ସାମ୍ନାରୁ ହିଁ ଆସୁ।
ପଞ୍ଚତତ୍ୱରେ ବିଲୀନ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରତିଥଯଶା କବି, ଭାରତରତ୍ନ ଅଟଳ ବିହରୀ ବାଜପେୟୀ। ଆଉ ତାଙ୍କର ଏଇ ଶେଷଯାତ୍ରା ବେଳେ ମନେ ପଡ଼ିଯାଉଛି ତାଙ୍କ ମୃତ୍ୟୁର କବିତା। ଯେଉଁଥିରେ ସେ ଜୀବନକୁ ମନଭରି ଉପଭୋଗ କରିଥିବା ଲେଖି ଯାଇଛନ୍ତି। ପଢ଼ନ୍ତୁ ଏଥିରୁ ଗୋଟିଏ କାଳଜୟୀ ପଦ।
ଠନ୍ ଗଇ, ଠନ୍ ଗଇ, ମୌତ୍ ସେ ଠନ୍ଗଇ…
ଜୁଝ୍ନେ କା ଇରାଦା ନ ଥା, ମୋଡ଼୍ ପର୍ ମିଲେଙ୍ଗେ ଉସ୍କା ୱାଦା ନା ଥା…
ବାଜପେୟୀଙ୍କ ଏହି କବିତା ହିଁ କହୁଛି, ସେ ଜୀବନକୁ କେତେ ଭଲ ପାଉଥିଲେ, ଆଉ ଜୀବନକୁ କେମିତି ଜୀଇଁଥିଲେ। କବିତା କବିତାରେ ସେ କହି ଦେଇଛନ୍ତି, ମୃତ୍ୟୁ ସହ ଲଢ଼ିବାକୁ ସେ କେବେ ଚାହିଁ ନଥିଲେ। ‘ଜାଣି ନ ଥିଲି ରାସ୍ତାରେ ଯାଉଯାଉ ସେ ଏମିତି ଅତର୍କିତ ଭେଟ ହେବ। ହେଲେ ସେମିତି ହିଁ ହେଲା। ସେ ଭେଟ ହେଲା ଆଉ ସାଥିରେ ବି ନେଇଗଲା।’
ତାଙ୍କ ଭାଷାରେ “ମୃତ୍ୟୁର ବୟସ ବା କେତେ, ତା ବୟସ ଜୀବନଠାରୁ ତ ବଡ଼ ନୁହେଁ। ତେଣୁ ତାକୁ ଏତେ ଡର କ’ଣ ପାଇଁ। ମୁଁ ତ ମନ ଭରି ଜୀଇଁଲି, ପୁଣି ଫେରିବି..”
ମେଁ ଜି ଭର୍ ଜୀୟା, ମେ ମନ୍ ସେ ମରୁଁ- ଲୌଟ୍ କେ ଆଉଙ୍ଗା, କୁଞ୍ଚ୍ ସେ କ୍ୟୁଁ ଡରୁ?
from Odisha Reporter https://ift.tt/2MTSUdw
No comments:
Post a Comment