
ଲକ୍ଷ୍ନୌ: ଉତ୍ତରପ୍ରଦେର ବିଧୁନାରେ କିଛି ଦୁର୍ବୃତ୍ତ ଦୁଇ ଜଣଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମନ୍ଦିରର ପୂଜକ ହୋଇଥିବା ବେଳେ ଅନ୍ୟ ଜଣେ ଚାଷୀ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଅନ୍ୟ ଜଣେ ସାଧୁ ଗୁରୁତର ଅଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୃତକମାନେ ହେଲେ ସାଧୁ କାଳିଦାସ ଯାଦବ (୬୦) ଏବଂ ଚାଷୀ ସୋହନ୍ପାଲ୍ ଯାଦବ (୫୦)। ଆହତ ସାଧୁ ହେଲେ ମହେନ୍ଦ୍ର ଶର୍ମା। ଏମାନେ ସ୍ଥାନୀୟ ଶିବ ମନ୍ଦିରରେ ଏକାଠି ଶୋଇଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ।
ଘଟଣାଟି ଗତ ରବିବାର ରାତି ପ୍ରାୟ ୩ଟା ଘଟିଥିଲା।
ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ୍ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ।
ପୁଲିସ ଅଧୀକ୍ଷକ ରାଜେଶ କୁମାର ସକ୍ସେନା କହିଛନ୍ତି, “ଭୟାନକନାଥ ମନ୍ଦିରର ଏମାନେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଆକ୍ରମଣ କରିବା ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଲୋକଙ୍କ କହିବା ଅନୁସାରେ ଗୋ-ହତ୍ୟାକୁ ଏମାନେ ବିରୋଧ କରୁଥିଲେ। ଏହି କାରଣରୁ ଏମାନଙ୍କୁ ଆକ୍ରମଣ କରାଯାଇଥିବା ଆଶଙ୍କା କରାଯାଉଛି।”
ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି, ମନ୍ଦିରଟି ଏକ ବିବାଦୀୟ ଜମିରେ ନିର୍ମାଣ ହୋଇଛି। ଆକ୍ରମଣ ଓ ହତ୍ୟା ପଛରେ ଏହା ମଧ୍ୟ କାରଣ ହୋଇଥାଇପାରେ।
ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଘଟଣାର ତଦନ୍ତ ଚାଲିଛି, ଶୀଘ୍ର ହତ୍ୟାର କାରଣ ଜଣାପଡ଼ିବ ଓ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।
from OdishaReporter https://ift.tt/2KYRPQd
No comments:
Post a Comment