କଡ଼ା ନିର୍ଦ୍ଦେଶ: ବିରାଟଙ୍କୁ ଦେଖା କରିପାରିବେନି ବିଜୟ ମାଲ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

କଡ଼ା ନିର୍ଦ୍ଦେଶ: ବିରାଟଙ୍କୁ ଦେଖା କରିପାରିବେନି ବିଜୟ ମାଲ୍ୟା

mallya

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ ଏବେ ଇଂଲଣ୍ଡରେ ଅଛି। ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜ୍ ପରେ ଦଳ ଏବେ ସେଠାରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ସିରିଜ୍‌ ଖେଳୁଛି। ଅଗଷ୍ଟ ୧ ତାରିଖରୁ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଚାଲିଛି। ମିଡିଆ ରିପୋର୍ଟ ଅନୁସାରେ, ଇଂଲଣ୍ଡରେ ଥିବା ଭାରତୀୟ ଖେଳାଳିଙ୍କୁ ଭେଟିବାକୁ ଚାହୁଁଛନ୍ତି ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯୦୦୦ କୋଟି ଟଙ୍କାର ଋଣ କରି ଫେରାର ହୋଇଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା। ସେ ଅଧିନାୟକ ବିରାଟ କୋହଲିଙ୍କ ସମେତ ଅନ୍ୟ ଖେଳାଳିମାନଙ୍କୁ ଅନୁମତି ମାଗିଥିଲେ। ତେବେ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦିଆଯାଇଛି।

ମିଳିଥିବା ରିପୋର୍ଟ ଅନୁସାରେ, କୌଣସି ଖେଳାଳିଙ୍କ ସହ ମାଲ୍ୟାଙ୍କର ସାକ୍ଷାତ ନ କରାଇ ଦେବାକୁ ଭାରତ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଖେଳାଳିଙ୍କ ପାଇଁ ମଧ୍ୟ ଏକ ନିର୍ଦ୍ଦେଶନାମା ଜାରି ହୋଇଛି ବୋଲି ଜଣାପଡ଼ିଛି।
virat

ମାଲ୍ୟା ପୂର୍ବରୁ ମଧ୍ୟ ଅନେକ ଥର ଖେଳାଳିଙ୍କୁ ଦେଖା କରିବା ପାଇଁ ଅନୁମତି ମାଗିଥିଲେ। ଗତ ବର୍ଷ ଇଂଲଣ୍ଡରେ କୋହଲି ରାତ୍ର ଭୋଜନ କରୁଥିବା ସମୟରେ ସେ ବିନା ନିମନ୍ତ୍ରଣରେ ସେଠାରେ ପ୍ରବେଶ କରିଥିଲେ। କିନ୍ତୁ କୋହଲି ଏବଂ ଅନ୍ୟ ଖେଳାଳିମାନେ ତାଙ୍କ ସହିତ ମିଶି ନଥିଲେ।
ବିଜୟ ମାଲ୍ୟାଙ୍କ ଆଇପିଏଲ୍‌ ଟିମ୍‌ ‘ରୟାଲ୍‌ ଚ୍ୟାଲେଞ୍ଜରସ୍‌ ବାଙ୍ଗଲୋର୍‌’ରେ ବିରାଟ କୋହଲି ଅଧିନାୟକ ଥିଲେ। କିନ୍ତୁ ବର୍ତ୍ତମାନ ମାଲ୍ୟା ଏହି ଟିମ୍‌ର ଚେୟାର୍‌ମ୍ୟାନ୍‌ ନାହାନ୍ତି।

ଦୁଇ ବର୍ଷ ହେଲା ଇଂଲଣ୍ଡରେ ରହୁଥିବା ମାଲ୍ୟାଙ୍କୁ ଭାରତ ଆଣିବାକୁ ଉଦ୍ୟମ ଜାରି ରଖିଛି।



from OdishaReporter https://ift.tt/2KmyVCp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages