ପ୍ରତିଟି କାମରେ ଅସଫଳ ହେଉଛନ୍ତି କି? ନିରାକରଣ କରିବ ଏହି ୫ଟି ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ପ୍ରତିଟି କାମରେ ଅସଫଳ ହେଉଛନ୍ତି କି? ନିରାକରଣ କରିବ ଏହି ୫ଟି ଉପାୟ

tension

ଜୀବନରେ ସଫଳତା ପାଇବା ପାଇଁ ସମସ୍ତେ ଚାହାନ୍ତି। କିଏ କମ୍ ପରିଶ୍ରମ କରି ଆଗକୁ ବଢ଼ିଯାଏ ତ ଆଉ କିଏ ବହୁତ ପରିଶ୍ରମ କରିବା ସତ୍ତ୍ୱେ ବିଳମ୍ୱରେ ସଫଳତା ପାଏ। ଆଉ କେହି କେହି ପରିଶ୍ରମ କରିବା ସତ୍ତ୍ୱେ ପ୍ରତିଟି କାମରେ ଅସଫଳ ହୁଅନ୍ତି। ଏଥିପାଇଁ ସେମାନେ ସବୁବେଳେ ଚିନ୍ତିତ ରହନ୍ତି। ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେହି କେହି ପୂଜାପାଠରେ ନିଜକୁ ହଜାଇ ଦିଅନ୍ତି। ସକାଳେ ଓ ସନ୍ଧ୍ୟାରେ ଘଣ୍ଟା ଘଣ୍ଟା ଧରି ଠାକୁରଙ୍କୁ ପ୍ରାର୍ଥନା କରନ୍ତି, କିନ୍ତୁ ଦୁଃଶ୍ଚିନ୍ତା ପିଛା ଛାଡ଼ି ନଥାଏ। ତେବେ ଏଭଳି ସମସ୍ୟା ଘରର ବାସ୍ତୁ ଦୋଷ ଯୋଗୁ ବି ହୋଇପାରେ। ଯଦି ଘରେ ବାସ୍ତୁ ସମ୍ୱନ୍ଧୀୟ କୌଣସି ଅସୁବିଧା ଥାଏ, ତା’ହେଲେ ଯେତେ ପୂଜାପାଠ କଲେ ମଧ୍ୟ ସୁଫଳ ମିଳିବ ନାହିଁ। ଏଭଳି ସ୍ଥିତିରୁ ମୁକୁଳିବା ପାଇଁ କେଉଁ କଥାଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ହୋଇଥାଏ, ଆସନ୍ତୁ ସେ ବିଷୟରେ ଜାଣିବା।

୧: ଯେଉଁ ଘରେ ତୁଳସୀ ଗଛ ନଥାଏ, ସେଠାରେ ଭଗବାନଙ୍କ ଆଶୀର୍ବାଦ ମିଳି ନଥାଏ। ତେଣୁ ଘର ବାହାରେ ତୁଳସୀ ଗଛ ଲଗାନ୍ତୁ। ପ୍ରତିଦିନ ସକାଳେ ତୁଳସୀ ଗଛ ମୂଳରେ ପାଣି ଦେଇ ଦୀପ ଜାଳନ୍ତୁ।

୨: ଘରକୁ ସଫାସୁତରା ନ ରଖିଲେ ସେଠାରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଯାହାଦ୍ୱାରା ଭଗବାନଙ୍କ କୃପା ମିଳି ନଥାଏ। ଏଣୁ ଘରକୁ ସବୁବେଳେ ପରିଷ୍କାର ରଖନ୍ତୁ।

୩: ଅନାବଶ୍ୟକ ଜିନିଷ ଘରେ ରଖନ୍ତୁ ନାହିଁ। ସେଠାରେ ଶନି ବାସ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଶୁଭ ବୋଲି ଗ୍ରହଣ କରାଯାଇଥାଏ।

୪: ଆଲମୀରାକୁ ସବୁବେଳେ ଉତ୍ତର କିମ୍ୱା ପୂର୍ବ ଦିଗରେ ରଖନ୍ତୁ। ଯେଉଁ ଘରେ ଆଲମୀରା ଠିକ୍‌ ଦିଗରେ ରହି ନଥାଏ, ସେଠାରେ ବସବାସ କରୁଥିବା ଲୋକଙ୍କ ଉପରେ ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ପଡ଼ି ନଥାଏ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।

୫: ସନ୍ଧ୍ୟା ସମୟରେ ଘରର ସମସ୍ତ କୋଣକୁ ଆଲୋକିତ କରି ରଖନ୍ତୁ। ଏହା ଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ମିଳିଥାଏ।



from OdishaReporter https://ift.tt/2LQj2JP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages