ଇଂଲଣ୍ଡ ଦଳର ବ୍ୟାଟିଂ ବିପର୍ଯ୍ୟୟ, ଲଞ୍ଚ୍‌ ସୁଦ୍ଧା ୫୭/୪ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଇଂଲଣ୍ଡ ଦଳର ବ୍ୟାଟିଂ ବିପର୍ଯ୍ୟୟ, ଲଞ୍ଚ୍‌ ସୁଦ୍ଧା ୫୭/୪

ସାଉଥାମ୍ପଟନ୍‌: ଭାରତ ବିପକ୍ଷ ୪ର୍ଥ ଟେଷ୍ଟ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଘରୋଇ ଇଂଲଣ୍ଡ ଦଳ ପ୍ରଥମ ଇନିଂସ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତୃତୀୟ ଟେଷ୍ଟ୍‌ର ଦ୍ୱିତୀୟ ଇନିଂସ୍‌ରେ କମାଲ କରିଥିବା ଭାରତୀୟ ସ୍ପିଡ୍‌ଷ୍ଟର ଯଶପ୍ରୀତ୍‌ ବୁମରା ଇଂଲିଶ ଟିମ୍‌ର ମୂଳଦୁଆକୁ ଦୋହଲାଇ ଦେଇଛନ୍ତି। ସେହିପରି ଇଶାନ୍ତ ଶର୍ମା ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସେମାନଙ୍କୁ ଯାଦୁ ଦେଖାଇଛନ୍ତି। ବୁମ୍‌ରା ୨ଟି ୱିକେଟ୍‌ ନେଇଥିବା ବେଳେ ଇଶାନ୍ତ ଓ ପାଣ୍ଡ୍ୟା ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।

ଲଞ୍ଚ୍‌ ସୁଦ୍ଧା ଇଂଲଣ୍ଡ ୪ ୱିକେଟ୍‌ରେ ୫୭ ରନ୍‌ କରିଛି। ଏବେ କ୍ରିଜ୍‌ରେ ତୃତୀୟ ଟେଷ୍ଟ୍‌ର ଦ୍ୱିତୀୟ ଇନିଂସ୍‌ରେ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଓ ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ଜୋସ୍‌ ବଟ୍‌ଲର୍‌ ରହିଛନ୍ତି। ଷ୍ଟୋକ୍ସ ୧୨ ରନ୍‌ କରିଥିବା ବେଳେ ବଟ୍‌ଲର୍‌ ୧୩ ରନ୍‌ କରି ଅପରାଜିତ ଅଛନ୍ତି।

ସାଉଥାମ୍ପଟନ୍‌ର ରୋଜ୍‌ ବାଉଲ ପଡ଼ିଆରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତିଥିଲେ। ଦୁଇଟି ପରିବର୍ତ୍ତନ ସହ ପଡ଼ିଆ ଓହ୍ଲାଇଥିବା ରୁଟ୍‌ ବାହିନୀ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏହାକୁ ଭୁଲ୍‌ ପ୍ରମାଣିତ କରି ବୁମ୍‌ରା ନିଜର ଦ୍ୱିତୀୟ ଓଭରରେ ଓପନ୍‌ର କେ ଜେନିଙ୍ଗ୍‌ସଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ।

ଏହାପରେ ଇଶାନ୍ତ ଶର୍ମା ଅଧିନାୟକ ଜୋ ରୁଟ୍‌(୪)ଙ୍କୁ ଆଉଟ୍‌ କରି ଭାରତୀୟ ଶିବିରରେ ଖୁସି ଭରି ଦେଇଥିଲେ। ରୁଟ୍‌ଙ୍କ ୱିକେଟ୍‌ ସହ ଇଶାନ୍ତ ନିଜ ଟେଷ୍ଟ୍‌ କ୍ୟାରିୟର୍‌ର ୨୫୦ ତମ ୱିକେଟ୍‌ ନେବାର କୀର୍ତ୍ତି ସ୍ଥାପନ କରିଛନ୍ତି। ଜାହିର୍‌ ଖାନ୍‌ ଓ କପିଲ ଦେବଙ୍କ ପରେ ତୃତୀୟ ଭାରତୀୟ ଭାବେ ଇଶାନ୍ତ ଏହି ରେକର୍ଡ ବୁକ୍‌ରେ ନିଜକୁ ସାମିଲ କରିଛନ୍ତି।

ରୁଟ୍‌ଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଜନ୍ନି ବେୟାରଷ୍ଟୋ ଅନ୍ୟତମ ଓପନର୍‌ ଆଲିଷ୍ଟର କୁକ୍‌ଙ୍କ ସହ ମିଶି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବୁମ୍‌ରା ଇଂଲଣ୍ଡ ସ୍କୋର ୨୮ ଥିବା ବେଳେ ବେୟାରଷ୍ଟୋ(୬)ଙ୍କୁ ୱିକେଟ୍‌ କିପର୍‌ ରିଷଭ ପନ୍ତଙ୍କ ହାତରେ କ୍ୟାଚ୍‌ କରାଇ ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ। ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓପନର୍‌ କୁକ୍‌(୧୭)ଙ୍କୁ ଅଧିନାୟକ ବିରାଟ୍‌ଙ୍କ ହାତରେ କ୍ୟାଚ୍‌ କରାଇ ଇଂଲଣ୍ଡକୁ ୪ର୍ଥ ଝଟ୍‌କା ଦେଇଥିଲେ।

ଏହାପରେ ଷ୍ଟୋକ୍ସ ଓ ବଟଲର୍‌ ଲଞ୍ଚ ବେଳକୁ ଭାରତୀୟ ବୋଲର୍‌ଙ୍କୁ ବେଶ ସତର୍କତାର ସହ ମୁକାବିଲା କରି ଇଂଲଣ୍ଡ ସ୍କୋରକୁ ୫୭ ପର୍ଯ୍ୟନ୍ତ ନେଇଛନ୍ତି।



from Odisha Reporter https://ift.tt/2NA9H5M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages