
ଅହମ୍ମଦାବାଦ୍(ଓଡ଼ଶା ରିପୋର୍ଟର): ଚାକିରି କ୍ଷେତ୍ରରେ ପଟିଦାର ସମ୍ପ୍ରଦାୟକୁ ଆରକ୍ଷଣ ଦାବିରେ ଆନ୍ଦୋଳନରେ ବସିଥିବା ନେତା ହାର୍ଦ୍ଦିକ ପଟେଲଙ୍କ ମୂତ୍ରାଶୟରେ ସଂକ୍ରମଣ ହୋଇଛି।
ସେ ଦୀର୍ଘ ୬ଦିନ ଧରି ନିଜ ଘରେ ଆମରଣ ଅନଶନ ଚଳାଇଛନ୍ତି। ଫଳରେ କିଛି ଦିନ ହେବ ସେ ପାଣି ପିଇବା ମଧ୍ୟ ଛାଡି ଦେଇଥିଲେ। ଯେଉଁଥିପାଇଁ ତାଙ୍କର ମୁତ୍ର ସଂକ୍ରମଣ ହୋଇଛି ବୋଲି ଡାକ୍ତର କହିଛନ୍ତି। ଆଉ କିଛି ଦିନ ଏପରି ସ୍ଥିତି ରହିଲେ ତାଙ୍କ ଶରୀର ପ୍ରତି ବିପଦ ଅଛି ବୋଲି ସେ କହିଛନ୍ତି।
ହାର୍ଦ୍ଦିକ ନିଜ ସ୍ୱାସ୍ଥ୍ଯାବସ୍ଥା ସମ୍ପର୍କରେ ଟୁଇଟ୍ କରି ଜଣାଇବା ସହ ତାଙ୍କୁ ଭେଟିବାକୁ ତାଙ୍କ ଜେଜେ ଆସିଥିଲେ ବୋଲି ଲେଖିଛନ୍ତି। ସେ ନିଜ ଭାବପୂର୍ଣ୍ଣ ଟୁଇଟ୍ ଜରିଆରେ ଲେଖିଛନ୍ତି ଯେ, “ଆଜି ଅନଶନର ୬ଷ୍ଠ ଦିନ। ମୋ ପାଖକୁ ଜେଜେ ଆସିଥିଲେ। ମୋ ଅବସ୍ଥା ଦେଖି ତାଙ୍କ ଆଖିରେ ଲୁହ ଜକେଇ ଆସୁଥିଲା। ହେଲେ ମୋ ଲଢେଇ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି।”
ଗରିବ, କୃଷକମାନଙ୍କ ହକ୍ ପାଇଁ ଏ ଲଢେଇ ଜାରି ରଖିବାକୁ ତାଙ୍କ ଜେଜେ ପରାମର୍ଶ ଦେଇଥିବା ପଟେଲ ନିଜ ଟୁଇଟ୍ରେ ଦର୍ଶାଇଛନ୍ତି।
ସେ ଲେଖିଛନ୍ତି ଯେ, ଗଣତନ୍ତ୍ରରେ ଜନତାର ସ୍ୱରକୁ କେହି ପଦ ଦଳିତ କରି ପାରିବେ ନାହିଁ। ସୁପ୍ରିମ୍ କୋର୍ଟ ମଧ୍ୟ ଏ ବାବଦରେ ନିଜର ମତ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି। ଏଣୁ କୌଣସି ସରକାର ଯଦି ଜନତାର ସ୍ୱରକୁ ଦବାଇବାକୁ ଚେଷ୍ଟା କରୁଥାନ୍ତି, ତା ହେଲେ ବିସ୍ଫୋରଣ ହେବ ହିଁ ହେବ।
from Odisha Reporter https://ift.tt/2C0rFgD
No comments:
Post a Comment