ପୁଣି ତେଜିଲା ମରାଠା ଆନ୍ଦୋଳନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ପୁଣି ତେଜିଲା ମରାଠା ଆନ୍ଦୋଳନ

ମୁମ୍ବାଇ:କିଛି ଦିନର ବ୍ୟବଧାନ ପରେ ପୁଣି ତେଜିଛି ମରାଠା ଆନ୍ଦୋଳନ।  ମରାଠାମାନଙ୍କୁ ସଂରକ୍ଷଣ ଦାବିରେ ଆଜି ମହାରାଷ୍ଟ୍ରରେ ବନ୍ଦ ପାଳନ କରାଯାଇଛି।   ମରାଠା ସଙ୍ଗଠନ ସକଲ ସମାଜ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। କିଛି ବନ୍ଦ ଫଳରେ ରାଜ୍ୟର ଅନେକ ସ୍ଥାନରେ ଟ୍ରେନ ଓ ବସ ସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।  ମୁମ୍ବାଇ ସମେତ ନଭି ମୁମ୍ବାଇ ଏବଂ ଥାନେରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ଔରଙ୍ଗବାଦରେ  ଆନ୍ଦୋଳନକାରୀମାନେ ଟାୟାର  ଜାଳି ରାସ୍ତା ଅବରୋଧ କରିଥିଲେ।

ତେବେ ସ୍କୁଲ କଲେଜକୁ ବନ୍ଦରୁ ବାଦ ଦିଆଯାଇଛି । କିନ୍ତୁ ମୁମ୍ବାଇ ସମେତ ଅନେକ ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ କିଛି ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଥିଲା  ଗତ ମଙ୍ଗଳବାର  ବମ୍ବେ ହାଇକୋର୍ଟ ଆନ୍ଦୋଳନକାରୀଙ୍କୁ ହିଂସାର ଆଶ୍ରୟ ନ ନେବାକୁ ଏବଂ ଆତ୍ମାହୂତି ନ ଦେବାକୁ କହିଥିଲେ।  

ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ହୋଇଥିବା ଏକ ଆବେଦନର ଶୁଣାଣି କରି କୋର୍ଟ ଏହା କହିଥିଲେ।  ସେପଟେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏହାର   ଆଇନଗତ ଦିଗ ଉପରେ ତର୍ଜମା କରାଯାଉଛି । ତେଣୁ କିଛି ଦିନ ପ୍ରତୀକ୍ଷା କରିବା ସହ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ । ମହାରାଷ୍ଟ୍ର ଜନସଂଖ୍ୟାର ପ୍ରାୟ ୩୦ପ୍ରତିଶତ ମରାଠା ହୋଇଥିଲେ ମଧ୍ୟ ସେମାନଙ୍କୁ ସଂରକ୍ଷଣ ଦିଆ ଯାଉନାହିଁ । ତେଣୁ ସଂରକ୍ଷଣ ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି।



from OdishaReporter https://ift.tt/2vy0N1L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages