ଶୁକ୍ରବାର ଅପରାହ୍ଣ ୪ଟାରେ ଅଟଳଜୀଙ୍କ ଶେଷକୃତ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ଶୁକ୍ରବାର ଅପରାହ୍ଣ ୪ଟାରେ ଅଟଳଜୀଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ: ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ଅପରାହ୍ଣରେ ୪ଟାରେ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ କରାଯିବ।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଟଳଜୀଙ୍କୁ ବିଦାୟ ଦିଆଯିବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆସନ୍ତାକାଲି ସକାଳ ୭.୩୦ରୁ ୮.୩୦ ପର୍ଯ୍ୟନ୍ତ କ୍ରିଷ୍ଣନ୍‌ ମେନନ୍‌ ମାର୍ଗ ସ୍ଥିତ ବାସଭବନରେ ଅଟଳଜୀଙ୍କ ପାର୍ଥିବ ଶରୀରରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ।

ଏହାପରେ ସକାଳ ୯ଟାରେ ଏହାକୁ ବିଜେପି ମୁଖ୍ୟାଳୟକୁ ନିଆଯିବ। ସେଠାରେ ଦଳୀୟ କର୍ମୀ ଓ ନେତା ବାଜପେୟୀଙ୍କ ଅନ୍ତିମ ଦର୍ଶନ କରିବେ। ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ଇଣ୍ଡିଆ ଗେଟ୍‌ ଓ ରାଜଘାଟ ନିଆଯିବ।

ପରେ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଅନ୍ତିମ ସଂସ୍କାର କରାଯିବ ବୋଲି ଶ୍ରୀ ଶାହ କହିଛନ୍ତି। ଏଠାରେ ୧.୫ ଏକର ପରିମିତ ଜାଗାରେ ବାଜପେୟୀଙ୍କ ସ୍ମାରକୀ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।

ଅଟଳଜୀଙ୍କ ସମ୍ମାନାର୍ଥେ ଓଡ଼ିଶା, ବିହାର, ପଞ୍ଜାବ,ଝାରଖଣ୍ଡ ଓ ଉତ୍ତର ପ୍ରଦେଶରେ ଶୁକ୍ରବାର ସରକାରୀ ଛୁଟି ଘୋଷଣା କରାଯାଇଛି।

କେବଳ ଭାରତର ବିଶିଷ୍ଟ ବ୍ୟକ୍ତିବିଶେଷ ନୁହନ୍ତି, ଜାପାନ, ଆମେରିକା ଓ ଚୀନ୍‌ ସରକାରଙ୍କ ପକ୍ଷରୁ ମଧ୍ୟ ଅଟଳଜୀଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି।



from OdishaReporter https://ift.tt/2Bffxb0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages