କିପରି ମହାନ ବକ୍ତା ହୋଇଥିଲେ ଅଟଳଜୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

କିପରି ମହାନ ବକ୍ତା ହୋଇଥିଲେ ଅଟଳଜୀ

ନୂଆଦିଲ୍ଲୀ: ଜଣେ ମହାନ ବାଗ୍ମୀ ଭାବେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ବେଶ ଖ୍ୟାତି ଅର୍ଜନ କରିଥିଲେ। ସେ ନିରବଚ୍ଛିନ୍ନ ଭାବେ ଯେ କୌଣସି ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଉଦ୍‌ବୋଧନ ଦେଇ ଲୋକଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଥିଲେ। ସେ ତାଙ୍କ ବକ୍ତବ୍ୟ ରଖିବା ବେଳେ ବିରୋଧୀ ଦଳର ନେତାମାନେ ତାଙ୍କ ଭାଷଣକୁ ଧ୍ୟାନର ସହ ଶୁଣୁଥିଲେ। କାରଣ ତାଙ୍କ କଥାରେ ରହୁଥିଲା ଉଭୟ ଗାମ୍ଭୀର୍ଯ୍ୟ ଓ ଆବେଗ।
ହେଲେ କହିବାର ଏହି ମହାନ କୌଶଳ ସେ କେଉଁଠୁ ପାଇଲେ? କ’ଣ ସେ ଏଥିପାଇଁ ଅନ୍ୟମାନଙ୍କ ଭଳି ଦର୍ପଣ ଆଗରେ ଛିଡ଼ା ହୋଇ ବାରମ୍ବାର ଅଭ୍ୟାସ କରୁଥିଲେ? ଏହି ସମସ୍ତ ଜଟିଳ ପ୍ରଶ୍ନର ଉତ୍ତର ଅଟଳଜୀ ନିଜେ ଦେଇଥିଲେ।
 ବରିଷ୍ଠ ସାମ୍ବାଦିକ ତଭଲୀନ୍‌ ସିଂହଙ୍କ ସହ ସାକ୍ଷାତକାର ସମୟରେ ଅଟଳଜୀ ଏହି ରାଜ୍‌ ଉପରୁ ପର୍ଦ୍ଦା ଉଠାଇଥିଲେ। ତଭଲୀନ୍‌ଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଅଟଳଜୀ କହିଥିଲେ“ ମୋ ବାପା ଜଣେ ମହାନ ବକ୍ତା ଥିଲେ।  କିନ୍ତୁ ତାଙ୍କ ମୁହଁରୁ ଲୋକମାନେ କେବେ କିଛି ଶୁଣିବାକୁ ପାଇ ନଥିଲେ। କାରଣ ସେ କେବେ ହେଲେ ସର୍ବସମ୍ମୁଖକୁ ଆସୁ ନଥିଲେ। ତାଙ୍କରି ପ୍ରେରଣାରେ ଅନୁପ୍ରାଣିତ ହୋଇ ହୃଦୟରୁ କେମିତି ଉଦ୍‌ବୋଧନ ଦିଆଯାଇ ପାରେ, ସେ କଳା ଶିଖିଛି।”
କ’ଣ ଆପଣଙ୍କ ବାପା କେବେ ରାଜନୀତିକୁ ଆସିଥିଲେ କି ବୋଲି ତଭଲୀନ୍‌ ପ୍ରଶ୍ନ କରିଥିଲେ।
 ଏହାର ଉତ୍ତରରେ ବାଜପେୟୀ କହିଥିଲେ “ନା, ଯଦି କେହି ବାପା ଓ ମୋ କଥା ଶୁଣୁଥିଲେ, ସେମାନେ କିଏ ଅଧିକ ଭଲ ବକ୍ତା ବୋଲି ତୁଳନା ମଧ୍ୟ କରୁଥିଲେ। ମୋ ଜେଜେ ବାପା ମଧ୍ୟ ଜଣେ ମହାନ ବାଗ୍ମୀ ଥିଲେ। ମୋ ବାପା ଓ ଜେଜେ ବାପାଙ୍କ ଠାରୁ ପ୍ରେରଣା ପାଇ ଏଭଳି ବକ୍ତୃତା ଦେବା ଶିଖିଥିଲି।”
ସାକ୍ଷାତକାର ସମୟରେ ପୋଷ୍ଟ ଗ୍ରାଜୁଏସନ୍‌ ପାଇଁ  କାନପୁରର ଡିଏଭି କଲେଜ୍‌ରେ ନାମ ଲେଖାଇବା ବେଳର ଅନୁଭୂତି  କଥା ମଧ୍ୟ ଅଟଳଜୀ କହିଛନ୍ତି। ସେ ଏଠାରେ ନାଁ ଲେଖାଇବା ସହ ହଷ୍ଟେଲ୍‌ରେ ରହିଥିଲେ। ଏହି ସମୟରେ ତାଙ୍କ ବାପା ମଧ୍ୟ ଦୀର୍ଘ ଦିନରୁ ପୋଷ୍ଟ ଗ୍ରାଜୁଏସନ୍‌ ପାଇଁ ରଖିଥିବା ଇଚ୍ଛାକୁ ପୂରଣ କରିବା ପାଇଁ ଏହି କଲେଜ୍‌ରେ ନାମ ଲେଖାଇଥିଲେ।
ନାଁ ଲେଖାଇବା ପରେ ତାଙ୍କ ବାପା ମଧ୍ୟ ଅଟଳଜୀଙ୍କ ସହ ହଷ୍ଟେଲ୍‌ରେ ରହିଥିଲେ।  ଉଭୟ ବାପା ଓ ପୁଅ ଏକାଠି କଲେଜ୍‌ ଯିବା ସହ କ୍ଲାସ୍‌ରେ ମଧ୍ୟ ଏକାଠି ବସୁଥିଲେ । ଏହାକୁ ଦେଖି କିଛି ସମ୍ବାଦପତ୍ର ‘ବାପା ଏବଂ ପୁଅ  ଏକାଠି କଲେଜ୍‌ ଯାଉଛନ୍ତି’ ଶୀର୍ଷକରେ ଏକ ଖବର ମଧ୍ୟ ପ୍ରକାଶ କରିଥିଲେ।


from OdishaReporter https://ift.tt/2Mv9nrK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages