
ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ଅକ୍ସିଜେନ ସିଲିଣ୍ଡର ଫାଟି ରୋଗୀ ଆହତ ହୋଇଛନ୍ତି। ଆଜି ସକାଳେ ଏମିତି ଘଟଣା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ବିସ୍ଫୋରଣ ପରେ କର୍ମଚାରୀ ଓ ରୋଗୀମାନେ ଜୀବନ ବିକଳରେ ମେଡିକାଲରେ ଛାଡ଼ି ପଳାଇ ଯାଇଥିଲେ।
ପୂରା ଘଟଣା ଏମିତି। ପଢୁଆଁପଦା ବିଦ୍ୟୁତ ମାର୍ଗର ମାନସ ରଂଜନ ମହାନ୍ତି ଗତ ତିନି ଦିନ ହେଲା ମେଡିକାଲ୍ର ମେଡ଼ିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ମୁହଁରେ ବିଦ୍ୟୁତ୍ ଅକ୍ସିଜେନ୍ ଲଗା ଯାଇଥିଲା। ଆଜି ସକାଳେ ମେଡିକାଲ୍ କର୍ମଚାରୀମାନେ ବିଦ୍ୟୁତ୍ ଅକ୍ସିଜେନ୍କୁ ବଦଳାଇ ସିଲିଣ୍ଡର ଅକ୍ସିଜେନ୍ ଲଗାଇବା ବେଳେ ଫାଟିଯାଇଥିଲା। ଫଳରେ ମାନସ ଆହତ ହୋଇଥିଲେ। ସିଲିଣ୍ଡର ଫାଟିବା ଶବ୍ଦରେ କର୍ମଚାରୀମାନେ ଭୟଭୀତ ହୋଇ ବାହାରକୁ ପଳାଇ ଯାଇଥିଲେ।
from Odisha Reporter https://ift.tt/2NAGAzp
No comments:
Post a Comment