ଶତକ ମାରିଲେ ପୂଜାରା, ଭାରତୀୟ ବ୍ୟାଟିଂ ଦୁର୍ଗକୁ ଧ୍ୱସ୍ତବିଧ୍ୱସ୍ତ କଲେ ମୋଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ଶତକ ମାରିଲେ ପୂଜାରା, ଭାରତୀୟ ବ୍ୟାଟିଂ ଦୁର୍ଗକୁ ଧ୍ୱସ୍ତବିଧ୍ୱସ୍ତ କଲେ ମୋଇନ୍‌

ସାଉଥାମ୍ପଟନ୍‌: ଇଂଲିଶ କଣ୍ଡିସନ୍‌ରେ ଫର୍ମକୁ ଫେରିଥିବା ଟିମ୍‌ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟସ୍‌ମ୍ୟାନ୍‌ ଚେତେଶ୍ୱର ପୂଜାରା ଇଂଲଣ୍ଡ ବୋଲର୍‌ଙ୍କ ସହ ଏକାକୀ ଲଢ଼େଇ କରିଛନ୍ତି। ସେ ମୋଇନ୍‌ ଅଲ୍ଲୀଙ୍କ ବଲ୍‌ରେ ୨ ରନ୍‌ ନେଇ ନିଜ ଟେଷ୍ଟ୍‌ କ୍ୟାରିୟର୍‌ ୧୮ ତମ ଶତକ ହାସଲ କରିଛନ୍ତି।

ଦ୍ୱିତୀୟ ଦିନର ଶେଷ ଖବର ସୁଦ୍ଧା ଘରୋଇ ଇଂଲିଶ ଟିମ୍‌ ବିପକ୍ଷରେ ଭ୍ରମଣକାରୀ ଦଳ ଭାରତ ୯ ୱିକେଟ୍‌ ହରାଇ ୨୪୧ରନ୍‌ କରିଛି। ଚେତେଶ୍ୱର ପୂଜାରା ନିଜ ଟେଷ୍ଟ୍‌ କ୍ୟରିୟର୍‌ ୧୮ ତମ ଶତକ ହାସଲ କରି ଅପରାଜିତ ଥିବା ବେଳେ ଓ ଟେଲ-ଏଣ୍ଡର ଯଶପ୍ରୀତ୍‌ ବୁମ୍‌ରା ୪ ରନ୍‌ କରି ବ୍ୟାଟିଂ କରୁଛନ୍ତି। ଏବେ ଭାରତ ଇଂଲଣ୍ଡ ସ୍କୋରଠାରୁ ୫ ରନ୍‌ ପଛରେ ରହିଛି।

୪ର୍ଥ ଟେଷ୍ଟ୍‌ରେ ଦଳକୁ ଫେରିଥିବା ଅଲରାଉଣ୍ଡର ମୋଇନ୍‌ ଅଲ୍ଲୀ ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ଓ ନିମ୍ନ କ୍ରମକୁ  ଧ୍ୱସ୍ତବିଧ୍ୱସ୍ତ କରି ୫ଟି ୱିକେଟ୍‌ ଦଖଲ କରିଛନ୍ତି।



from Odisha Reporter https://ift.tt/2N3pEo8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages