ଟ୍ରେନ୍‌ରେ ଯାତ୍ରା କରୁଛନ୍ତି କି? ଆସନ୍ତା ମାସରୁ ବନ୍ଦ ହେବ ଏହି ମାଗଣା ସୁବିଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ଟ୍ରେନ୍‌ରେ ଯାତ୍ରା କରୁଛନ୍ତି କି? ଆସନ୍ତା ମାସରୁ ବନ୍ଦ ହେବ ଏହି ମାଗଣା ସୁବିଧା

railway

ନୂଆଦିଲ୍ଲୀ: ଭାରତୀୟ ରେଲୱେ ସେପ୍ଟେମ୍ୱର ପହିଲା ଠାରୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକ୍‌ କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ଯୋଜନା କରିଛି। ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ irctc.co.inରେ ଟିକେଟ୍‌ ବୁକ୍‌ କଲେ ଏକ ‘ଟ୍ରାଭେଲ୍‌ ଇନ୍‌ସ୍ୟୁରାନ୍ସ’ ମିଳୁଥିଲା। ରେଳବାଇ ଏହାକୁ ନିଜ ଆଡୁ ଦେଉଥିଲା। କିନ୍ତୁ ଏବେ ଆଉ ସେମିତି ହେବନି।

ସେପ୍ଟେମ୍ୱର ପହିଲା ଠାରୁ ଏହି ‘ଟ୍ରାଭେଲ୍ ଇନ୍‌ସ୍ୟୁରାନ୍ସ’ ଆପଣ ନେବେ କି ନାହିଁ ତାହା ଆପଣ ନିଜେ ହିଁ ସ୍ଥିର କରିବେ। କାରଣ ଇ-ଟିକେଟ୍‌ ବୁକ୍‌ କରୁଥିବା ଯାତ୍ରୀଙ୍କ ପାଇଁ ‘ଟ୍ରାଭେଲ୍‌ ଇନ୍‌ସ୍ୟୁରାନ୍ସ’ ବିକଳ୍ପ ଭାବେ ରହିବ। ଆପଣ ଏହାକୁ ନେଇ ପାରନ୍ତି ବା ନେଇ ନପାରନ୍ତି।

ଏହାର ଅର୍ଥ ହେଉଛି ଯେ ସେପ୍ଟେମ୍ୱର ୧ ତାରିଖ ଠାରୁ  ଆପଣ ଅନ୍‌ଲାଇନ୍‌ରେ ଯେକୌଣସି ଟିକେଟ୍‌ ବୁକ୍ କରିବେ ସେଥିରେ ଆପଣଙ୍କୁ ‘ଅପ୍‌ଟ ଇନ୍‌ ’ ଓ ‘ଅପ୍‌ଟ ଆଉଟ୍‌’- ଏହି ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏକୁ ଚୟନ କରିବାକୁ ପଡ଼ିବ। ସେହି ଅନୁସାରେ  ଅପାଣଙ୍କୁ ପ୍ରିମିୟମ୍‌ ଏମାଉଣ୍ଟ ଦେବାକୁ ପଡ଼ିବ।

ଡିଜିଟାଲ୍‌ ଟ୍ରାଞ୍ଜାକ୍ସନ୍‌କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତୀୟ ରେଲୱେ ୨୦୧୭ ଡିସେମ୍ବରରେ ଯାତ୍ରୀଙ୍କ ପାଇଁ ଫ୍ରି ଇନ୍‌ସ୍ୟୁରାନ୍ସ ସୁବିଧା ଆଣିଥିଲା। ଏବେ କିନ୍ତୁ ଏହି  ସବୁଧା ପାଇଁ ପ୍ରିମିୟମ୍ ଦେବାକୁ ପଡ଼ିପାରେ। ହେଲେ କେତେ ଟଙ୍କା ପ୍ରିମିୟମ୍ ଦିଆଯିବ ରେଳବାଇ ପକ୍ଷରୁ କିଛି କୁହାଯାଇ ନାହିଁ।



from Odisha Reporter https://ift.tt/2wbly3N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages