ବାତ ଦୋଷ ଦୂର କରେ ‘ତ୍ରିଫଳା’, ଜାଣନ୍ତୁ କିପରି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ବାତ ଦୋଷ ଦୂର କରେ ‘ତ୍ରିଫଳା’, ଜାଣନ୍ତୁ କିପରି?

-trifala

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟୁର୍ବେଦ ଅନୁସାରେ, ଆମ ଶରୀରରେ ଅଧିକାଂଶ ରୋଗ ବାତ, ପିତ୍ତ ଏବଂ କଫ କାରଣରୁ ହୋଇଥାଏ।

ଏହି ତିନୋଟିକୁ ଆୟୁର୍ବେଦରେ ଆମ ସ୍ୱାସ୍ଥ୍ୟର ଆଧାର ବୋଲି କୁହାଯାଇଛି।  ଏହି ଅନୁସାରେ, ମୁଣ୍ଡରୁ ଆରମ୍ଭ କରି ଛାତି ମଧ୍ୟରେ ହେଉଥିବା ରୋଗ କଫ ଜନିତ ସମସ୍ୟାରୁ ଦେଖାଦିଏ। ସେହିପରି ଛାତିରୁ ପେଟ ଓ ଅଣ୍ଟା ଯାଏ ହେଉଥିବା ରୋଗ ପିତ୍ତଜନିତ ଏବଂ ଅଣ୍ଟାଠାରୁ ଆଣ୍ଠୁ ଏବଂ ପାଦ ଯାଏ କୌଣସି ରୋଗ ବାତ ଯୋଗୁ ହୋଇଥାଏ।

triphalaତେବେ ବାତ ଦୋଷକୁ ‘ତ୍ରିଫଳା’ ଦ୍ୱାରା ସୁଧାରି ହେବ ବୋଲି ଆୟୁର୍ବେଦରେ କୁହାଯାଇଛି।

ପ୍ରଥମେ ଆସନ୍ତୁ ଜାଣିବା, ବାତ ଦୋଷ କ’ଣ?
ଶରୀରରେ ବାୟୁ ତତ୍ତ୍ୱ ଆବଶ୍ୟକଠାରୁ ଅଧିକ ହୋଇଗଲେ, ବାତଜନିତ ରୋଗ ସୃଷ୍ଟି ହୁଏ। ସାଧାରଣତଃ ବାତଜନିତ ରୋଗ ସନ୍ଧ୍ୟା ଏବଂ ରାତିର ଶେଷ ପ୍ରହରରେ ବଢ଼ିଥାଏ। ମୋଟାପଣ ମଧ୍ୟ ବାତ ଦୋଷର ଏକ କାରଣ। ବାତ ଦୋଷ ଥିଲେ, ଯେତେ ଖାଇଲେ ମଧ୍ୟ ଦେହରେ ଲାଗିନଥାଏ ଏବଂ ଶରୀର ଶୁଖିବାକୁ ଲାଗେ। ହାଡ଼ ଭାଙ୍ଗିବା, କେଶରେ ରୁପି ହେବା, ମାଢ଼ି ଦୁର୍ବଳ ଯୋଗୁ ଦାନ୍ତରେ ସମସ୍ୟା, ଡର ଲାଗିବା ଏବଂ ଖରାପ ସ୍ୱପ୍ନ ଦେଖିବା, ଏସବୁ ବାତ ଦୋଷରୁ ହିଁ ହୋଇଥାଏ।
ବାତ ଦୋଷର ଲକ୍ଷଣ
ଶରୀରରେ ବାତ ଦୋଷର ସ୍ଥାନ ପାକସ୍ଥଳୀ। ଏଥିପାଇଁ ବାତ ଦୋଷ ବାହାରିଲେ, ରୋଗୀର ପେଟ ଫୁଲିବା ସହିତ ପେଟରେ ଯନ୍ତ୍ରଣା ହୋଇଥାଏ। ଏହା ବ୍ୟତୀତ ମୁହଁରୁ ଲାଳ ବାହାରିବା, ଭୋକ ନ ଲାଗିବା, ପାଟିକୁ କିଛି ଭଲ ନଲାଗିବା, ବାନ୍ତି ଲାଗିବା, ଥକା ଲାଗିବା, କମ୍ପ ଆସିବା ଓ ପେଟ ଗୁଡ଼ୁଗୁଡ଼ୁ ହେବା ଇତ୍ୟାଦି ବାତ ଦୋଷର ଲକ୍ଷଣ।

triphalaamla-‘ତ୍ରିଫଳା’ କିପରି ଠିକ୍‌ କରିଥାଏ ବାତ ଦୋଷ
ବାତ ଦୋଷ ସୁଧାରିବା ପାଇଁ ‘ତ୍ରିଫଳା’ ହିଁ ଖୁବ୍ ଉପଯୋଗୀ ଏବଂ ଶରୀରରେ ଏହା ଖୁବ୍‌ଶୀଘ୍ର ପ୍ରଭାବ ପକାଇଥାଏ। କୋଷ୍ଠକାଠିନ୍ୟ ପାଇଁ ମଧ୍ୟ ‘ତ୍ରିଫଳା’ ଉପକାରୀ। ଆପଣ ଗୋଟିଏ ଚାମଚ ‘ତ୍ରିଫଳା’ ସହ ଅଧା ଚାମଚ ଧଣିଆ ଏବଂ ଅଧା ଚାମଚ ଗୁଜୁରାତି ମିଶାଇ ଭଲ ଭାବେ ଗୁଣ୍ଡ କରି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଦିନକୁ ଦୁଇଥର ସେବନ କରନ୍ତୁ। ‘ତ୍ରିଫଳା’ରେ ଗ୍ଲାଇକୋସାଇଡ୍‌ ରହିଛି, ଯାହା ଅନେକ ଗୁଣରେ ପରିପୂର୍ଣ୍ଣ। ଧଣିଆ ଏବଂ ଗୁଜୁରାତି ପେଟ ଫୁଲିବା ଏବଂ ଯନ୍ତ୍ରଣା ସମସ୍ୟା ଭଲ କରିବାରେ ସାହାଯ୍ୟ କରିଥାଏ। Thriphla33

ଜାଣନ୍ତୁ, ‘ତ୍ରିଫଳା’ରେ ଅନ୍ୟ କେଉଁ ରୋଗ ପ୍ରତିରୋଧ ଶକ୍ତି ରହିଛି

– ସକାଳେ ଖାଲି ପେଟରେ ପାଣି ସହିତ ‘ତ୍ରିଫଳା’ ଖା’ନ୍ତୁ ଏବଂ ଏହାକୁ ଖାଇବାର ୧ ଘଣ୍ଟା ପର୍ଯ୍ୟନ୍ତ କିଛି ଖା’ନ୍ତୁ ନାହିଁ। ‘ତ୍ରିଫଳା’ ନିୟମିତ ଖାଇଲେ ଶରୀରର ଦୁର୍ବଳତା ଦୂର ହୁଏ ।

_triphala-healthy-life– ‘ତ୍ରିଫଳା’ନିୟମିତ ଖାଇବା ଦ୍ୱାରା ଦୀର୍ଘ ସମୟ ଯାଏ ଆପଣଙ୍କୁ କୌଣସି ରୋଗ ହୋଇ ନଥାଏ।

– କେଶ ଖରାପ ଏବଂ ଧଳା ହେଉଥିଲେ ‘ତ୍ରିଫଳା’ ଖାଇବା ଲାଭଦାୟକ ହୋଇଥାଏ।

ସର୍ବଦା ଋତୁ ଅନୁସାରେ ‘ତ୍ରିଫଳା’ର ସେବନ କରନ୍ତୁ ଏବଂ ଏହା ପୂର୍ବରୁ କୌଣସି ଆୟୁର୍ବେଦ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।



from Odisha Reporter https://ift.tt/2Lpe16f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages