ଜାହାଜ ସହ ଧକ୍କା ହେଲା ମାଛଧରା ବୋଟ୍‌, ୩ ମୃତ, ୯ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ଜାହାଜ ସହ ଧକ୍କା ହେଲା ମାଛଧରା ବୋଟ୍‌, ୩ ମୃତ, ୯ ନିଖୋଜ

ଥିରୁଅନନ୍ତପୁରମ୍‌: କେରଳରର ଏର୍ଣ୍ଣାକୁଲାମ ଜିଲ୍ଲା ସମୁଦ୍ର ଉପକୂଳରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି। ଗୋଟିଏ ଜାହାଜ ସହ ମାଛଧରା ବୋଟ୍‌ର ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ବୋଟ୍‌ରେ ଥିବା ଅନ୍ୟ ୧୧ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାରା କରାଯାଇଥିବା ବେଳେ ଏବେ ବି ୯ ଜଣ ନିଖୋଜ ଅଛନ୍ତି।

ଧକ୍କା ଖାଇବା ପରେ ମାଛଧରା ବୋଟ୍‌ଟି ସଂପୂର୍ଣ୍ଣ ଧ୍ୱଂସ ହେବା ସହ ବୁଡ଼ି ଯାଇଥିଲା। ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଉଭୟ ନୌସେନା ଓ ତଟରକ୍ଷୀ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଛି।

ମୁଖ୍ୟମନ୍ତ୍ରୀ ପି ବିଜୟନ୍‌ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏର୍ଣ୍ଣାକୁଲମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।



from OdishaReporter https://ift.tt/2vrANVH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages