ତୃତୀୟ ମହଲା ବାବୁଙ୍କ ଘରେ ପରିବା ଓ ମାଛ ଯୋଗାଉଛନ୍ତି କ୍ୟାବିନେଟ୍‌ ମନ୍ତ୍ରୀଙ୍କ ପିଏସ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ତୃତୀୟ ମହଲା ବାବୁଙ୍କ ଘରେ ପରିବା ଓ ମାଛ ଯୋଗାଉଛନ୍ତି କ୍ୟାବିନେଟ୍‌ ମନ୍ତ୍ରୀଙ୍କ ପିଏସ୍‌ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଣେ ରାଷ୍ଟ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏବେ ବିଜେଡି ହ୍ୱାଟସ୍ଅପ୍ ଗ୍ରୁପ୍ର ମୁଖିଆ ସାଜିଛନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା ଚାଲିଛି। ମନ୍ତ୍ରିପରିଷଦରେ ପ୍ରଥମଥର ସ୍ଥାନ ପାଇଥିବା ଉପକୂଳ ଜିଲ୍ଲାର ଏହି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (ପିଏସ୍) ଭାବେ ଜଣେ ଓଏଏସ୍ ଅଫିସର୍ କାର୍ଯ୍ୟରତ ଅଛନ୍ତି।

କିନ୍ତୁ ଏହି ପିଏଏସ୍‌ଙ୍କର ହାକିମାତିରେ କୁଆଡ଼େ ମନ୍ତ୍ରୀ ଜଣକ ନିଜକୁ ଅସହାୟ ମଣୁଛନ୍ତି। ଏହି ଅଫିସର ଜଣକ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଉପକୂଳ ଜିଲ୍ଲାର ଦୁଇଜଣ ମନ୍ତ୍ରୀଙ୍କ ପିଏସ୍ ଭାବେ କାର୍ଯ୍ୟ କରିବା ପରେ ଉତ୍ତରାଧିକାରୀ ସୂତ୍ରରେ ବର୍ତ୍ତମାନର ମନ୍ତ୍ରୀଙ୍କ ପିଏସ୍ ହୋଇଛନ୍ତି।

କିନ୍ତୁ ଏହି ବାବୁ କୁଆଡ଼େ ଏବେ ସରକାରୀ କାର୍ଯ୍ୟ ଛାଡ଼ି ଫୁଲ୍‌ ଟାଇମ୍‌ ବିଜେଡି କାର୍ଯ୍ୟରେ ମାତିଛନ୍ତି। ବିଜେଡିର ନେତାମାନଙ୍କୁ ନିୟମିତ ଫୋନ୍ କରି କୁଆଡ଼େ ଦଳର ହ୍ୱାଟସ୍ଅପ୍ ଗ୍ରୁପର ଅଗ୍ରଗତି ପଚାରି ବୁଝୁଛନ୍ତି।

ଚର୍ଚ୍ଚା ହେଉଛି, ୨ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିବାରୁ ବିଭିନ୍ନ ସରକାରୀ ଫାଇଲ୍ ଏହି ପିଏସ୍‌ଙ୍କ ମାଧ୍ୟମରେ ମନ୍ତ୍ରୀଙ୍କ ନିକଟକୁ ଆସିଥାଏ। କିନ୍ତୁ  ପିଏସ୍‌ଙ୍କ ଏଭଳି ହାକିମାତି ଓ ଦଳୀୟ କାର୍ଯ୍ୟରେ ବ୍ୟସ୍ତତା ଯୋଗୁ ମନ୍ତ୍ରୀ କୁଆଡ଼େ ଅନ୍ୟ କର୍ମଚାରୀମାନଙ୍କ ମାଧ୍ୟମରେ ସରକାରୀ କାର୍ଯ୍ୟ ସମ୍ପାଦନ କରିବାକୁ ବାଧ୍ୟ ହେଉଛନ୍ତି।

ଏହି ପିଏସ୍ କୁଆଡ଼େ ଯେତିକି ସମୟ ସଚିବାଳୟରେ ରହୁଛନ୍ତି, ତାଙ୍କୁ ନିଜ ଅଫିସ୍ ଚ୍ୟାମ୍ବରରେ କମ୍ ଓ ତୃତୀୟ ମହଲାରେ ଜଣେ ନିର୍ଦ୍ଦିଷ୍ଟ ଅତିରିକ୍ତ ସଚିବଙ୍କ ପାଖରେ ବେଶୀ ସମୟ ଦେଖିବାକୁ ମିଳୁଛି।

ଶୁଣିବାକୁ ମିଳୁଛି, ଏହି ପିଏସ୍ କୁଆଡ଼େ ରାତି ପାହିଲେ ତୃତୀୟ ମହଲାର ଅଫିସର୍‌ମାନଙ୍କ ଘରେ ଶାଗ, ପନପରିବା, ମାଛ  ଓ ମାଂସ ଆଦି ପହଞ୍ଚାଇବା ପରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଘରକୁ ଯାଇଥାନ୍ତି। ସେଠାରେ କିଛି ସମୟ ସେହି ପ୍ରଭାବଶାଳୀ ପୂର୍ବତନ ମନ୍ତ୍ରୀଙ୍କୁ ତୋଷାମଦ କରି ଘରକୁ ଫେରିଥାନ୍ତି।

ସନ୍ଧ୍ୟାରେ ତୃତୀୟ ମହଲାର ଅଫିସର୍‌ମାନଙ୍କ ପାଇଁ କୁଆଡ଼େ କଟକର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଜଳଖିଆ ମଗାଇବା କାର୍ଯ୍ୟ ମଧ୍ୟ ବାବୁ ତୁଲାଇଥାନ୍ତି।

ତୃତୀୟ ମହଲାର କ୍ଷମତାକେନ୍ଦ୍ର ଓ ଜଣେ ଅତିରିକ୍ତ ସଚିବ ତଥା ଜଣେ ପୂର୍ବତନ ଯୁବମନ୍ତ୍ରୀଙ୍କ ଖାସ୍ ଅନୁଗତ ବୋଲି ନିଜକୁ ପରିଚୟ ଦେଇ ପିଏସ୍ ମହାଶୟ କୁଆଡ଼େ ନବୀନ ନିବାସକୁ ମଧ୍ୟ ଅବାଧ ପ୍ରବେଶ କରିବାରେ ଲାଗିଛନ୍ତି।

ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ‘ସ୍ଲୋଗାନ’ଗୁଡ଼ିକ ସେ ନିଜେ ଲେଖୁଛନ୍ତି ବୋଲି  ସମ୍ପୃକ୍ତ ପିଏସ୍ କୁଆଡ଼େ ଚାରିଆଡ଼େ କହି ବୁଲୁଛନ୍ତି। ପିଏସ୍‌ ବାବୁଙ୍କ ଏଭଳି ମାତ୍ରାଧିକ ତୈଳ ମର୍ଦ୍ଦନକାରୀ ଗୁଣକୁ ବିଜେଡି ନେତାମାନେ ନାପସନ୍ଦ କରୁଥିବା ଚର୍ଚ୍ଚା ହେଉଛି।



from OdishaReporter https://ift.tt/2MrGhq2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages