ସବୁ ସମସ୍ୟା ଦୂର କରେ ୧୧ ମୁଖି ରୁଦ୍ରାକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ସବୁ ସମସ୍ୟା ଦୂର କରେ ୧୧ ମୁଖି ରୁଦ୍ରାକ୍ଷ

11mukhirudrakshabeads

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାଦେବ ଶିବଙ୍କ ଅତି ପ୍ରିୟ ହେଉଛି ରୁଦ୍ରାକ୍ଷ। ଏହାକୁ ମହାଦେବଙ୍କ ପ୍ରତୀକ କୁହାଯାଇଥାଏ। ରୁଦ୍ରାକ୍ଷ ଧାରଣ କଲେ ସବୁ କଷ୍ଟ ଦୂର ହେବା ସହ ସମସ୍ୟାର ଅନ୍ତ ଘଟିଥାଏ ବୋଲି ବିଶ୍ୱାସ ରହିଛି। ଏମିତି ବିଭିନ୍ନ ପ୍ରକାରର ରୁଦ୍ରାକ୍ଷ ମିଳିଥାଏ। ରାଶି ଓ ଗ୍ରହଙ୍କୁ ନେଇ ଏହାକୁ ଧାରଣ କରିବାକୁ ପଡ଼ିଥାଏ। ଯଦି ଆପଣ ଭୁଲ ରୁଦ୍ରାକ୍ଷ ଧାରଣ କରିବେ ଓ ଏହାର ନୀତି ନିୟମକୁ ପାଳନ କରିବେ ନାହିଁ ଏହା ଆପଣଙ୍କ ଉପରେ ବିପରୀତ ପ୍ରଭାବ ପକାଇ ପାରେ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି।
ଆଜି ଆମେ ଆପଣଙ୍କୁ ୧୧ ମୁଖି ରୁଦ୍ରାକ୍ଷ ସର୍ମ୍ପକରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ଏହାକୁ ଧାରଣ କରିବାରେ କ’ଣ ଲାଭ ମିଳିଥାଏ ଓ ଏହାକୁ କିପରି ଧାରଣ କରିବେ ?
ମହାଦେବ ଦୀର୍ଘଦିନ ଧ୍ୟାନରେ ରହିବା ପରେ ଯେତେବେଳେ ଆଖି ଖୋଲିଥିଲେ ତାଙ୍କ ଆଖିରୁ ଲୁହ ଝରି ଭୂମିରେ ପଡ଼ିଥିଲା। ଏଥିରୁ ମହାଶକ୍ତିବାନ ରୁଦ୍ରାକ୍ଷର ଜନ୍ମ ହୋଇଥିଲା। ୧୧ ମୁଖି ରୁଦ୍ରାକ୍ଷକୁ ରୁଦ୍ରବେଦ ଶିବଙ୍କ ଅବତାର ବୋଲି କୁହାଯାଇଥାଏ।
କ’ଣ ମିଳିଥାଏ ଲାଭ ?
ଶିବ ପୁରାଣ ଅନୁସାରେ ୧୧ ମୁଖି ରୁଦ୍ରାକ୍ଷର ସମ୍ବନ୍ଧ ଶିକ୍ଷା ସହ ରହିଛି। ଏହାକୁ ଧାରଣ କଲେ ଶିକ୍ଷା କ୍ଷେତ୍ରରେ ଚମତ୍କାରୀତା ମିଳିଥାଏ। ହେଲେ ଏହାକୁ ବିଧିବିଧାନର ସହ ଧାରଣ କରିବାକୁ ପଡ଼ିବ।
୧୧ ମୁଖି ରୁଦ୍ରାକ୍ଷ ସଙ୍କଟ ଦୂର କରିବା ସହ ପରାକ୍ରମ, ସାହସ ଓ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ।
ଏହି ରୁଦ୍ରାକ୍ଷକୁ ଶୋଇବା ଘରେ ରଖି ପ୍ରତିଦିନ ପୂଜା କଲେ ଭୂତପ୍ରେତ ବାଧା, ଶତ୍ରୁ ଭୟ ଦୂର ହୋଇଥାଏ।
ଏହାକୁ ଧାରଣ କଲେ ରୋଗ, ଦୋଷରୁ ରକ୍ଷା ମିଳିଥାଏ। ଏହାକୁ ବ୍ୟବସାୟ ସ୍ଥାନରେ ରଖି ନିୟମିତ ପୂଜା କଲେ ଉନ୍ନତି ଘଟିଥାଏ।
ଯେଉଁ ପିଲାମାନଙ୍କୁ ବାରମ୍ବାର ନଜର ଲାଗିଥାଏ, ଲାଲ ରଙ୍ଗର ସୂତାରେ ରୁଦ୍ରାକ୍ଷକୁ ବାନ୍ଧି ପିଲାର ଗଳାରେ ପିନ୍ଧାଇ ଦେଲେ ଲାଭ ମିଳିଥାଏ।
ଏହାକୁ ଧାରଣ କରିବା ଦ୍ୱାରା ଗଜାନନ ଏବଂ ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ରହିବ ଓ କେବେ ବି ଆର୍ଥିକ ସମସ୍ୟାରେ ପଡିବେ ନାହିଁ।
ଏହାକୁ ଘରେ ବିଧି ପୂର୍ବକ ପୂଜା କରି ଏକ ତମ୍ଭା ପାତ୍ରରେ ଜଳ ଭରି ସେଥିରେ ରଖି ଦିଅନ୍ତୁ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏଥିରେ ଜଳ ଦେଇ ପୂଜା କଲେ ଘରୁ ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ଦୂର ହୋଇଯିବ।
ଧାରଣ କରିବା ବିଧି
ସୋମବାର, ଶୁକ୍ରବାର କିମ୍ବା ଏକଦଶୀ ତିଥିରେ ଏହାକୁ ଧାରଣ କରିବା ଉଚିତ୍‌। ଗୋଟିଏ ଘିଅ ଦୀପ ଜଳାଇ ଏହାକୁ ରଙ୍ଗା ଯାଇଥିବା ଚାଉଳ ଉପରେ ରଖନ୍ତୁ। ଏହା ଆଗରେ ରୁଦ୍ରାକ୍ଷ ରଖି ଦିଅନ୍ତୁ। ଏହାପରେ ରୁଦ୍ରାକ୍ଷକୁ ଗଙ୍ଗାଜଳ କିମ୍ବା ଗାଈ ଖିରରେ ସୁଦ୍ଧ କରନ୍ତୁ। ଏହାପରେ ରଙ୍ଗାଯାଇଥିବା ଚାଉଳରେ ଛିଞ୍ଚି ହନୁମାନଜୀଙ୍କ ଧ୍ୟାନ କରନ୍ତୁ।
ଧ୍ୟାନ କରିବା ପରେ ହନୁମାନଙ୍କ ମନ୍ତ୍ର ଜପ କରି ଚନ୍ଦନ, ବେଲପତ୍ର, ଖୀର ଓ ଦୀପରେ ପୂଜା କରନ୍ତୁ। ଏହାପରେ ୧୧ ଥରେ ହନୁମାନ ମନ୍ତ୍ର ଜପ କରି ଯଜ୍ଞ କରନ୍ତୁ। ଯଜ୍ଞ ନିଆଁକୁ ୧୧ ଥର ପରିକ୍ରମା କରି ଏହାକୁ ଗଳାରେ ଧାରଣ କରନ୍ତୁ।
ଏପରି କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଯିବ।



from Odisha Reporter https://ift.tt/2PDe81j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages