କେରଳରେ ଭୟଙ୍କର ବନ୍ୟା: ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା, ୫୦୦ କୋଟି ସହାୟତା ଘୋଷଣା କଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

କେରଳରେ ଭୟଙ୍କର ବନ୍ୟା: ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା, ୫୦୦ କୋଟି ସହାୟତା ଘୋଷଣା କଲେ ମୋଦି

ଥିରୁଅନନ୍ତପୁରମ: ଦୀର୍ଘ ଶହେ ବର୍ଷ ପରେ କେରଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁ ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ମୌସୁମୀ ମେ’ ମାସରୁ ସକ୍ରିୟ ହେବା ପରେ ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁ ଏଯାଏ ୩୩୮ଜଣଙ୍କ ମୃତ୍ୟୁ ଘଟି ସାରିଲାଣି।

ସେହିପରି ଅଗଷ୍ଟ ୯ ତାରିଖରୁ ଜାରି ରହିଥିବା ଅବିଶ୍ରାନ୍ତ ବର୍ଷାରେ ୧୮୭ ଜଣଙ୍କ ଜୀବନ ଯାଇଛି। ଆଜି କେବଳ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି।
ପରିସ୍ଥିତିକୁ ଦୃଷ୍ଟିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସେ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ  ଅଞ୍ଚଳ ଦେଖିବା ସହ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହାପରେ କେରଳ ପାଇଁ ୫୦୦ କୋଟିର ମଧ୍ୟବର୍ତ୍ତୀକାଳୀନ ସହାୟତା ଘୋଷଣା କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ୨ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। 
ପୂର୍ବରୁ କେରଳ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ୧୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ। ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୯,୫୧୨ କୋଟି ଟଙ୍କାର କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି।
 
ବନ୍ୟା ଯୋଗୁ ଏର୍ଣ୍ଣାକୁଲମ ଏବଂ ତ୍ରିସୁର୍ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହା ବ୍ୟତୀତ ଆଲାପୁଜା ଓ ପଠନମଥିଟ୍ଟାରେ ସମସ୍ତ ରାଜପଥ ଜଳମଗ୍ନ ହୋଇଛି। ମୋଟାମୋଟି ଭାବେ ରାଜ୍ୟର ୧୪ଟି ଜିଲ୍ଲାରେ ବନ୍ୟା ତାଣ୍ଡବ ରଚିଛି। 
ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କୁ କେବଳ ଆକାଶ ମାର୍ଗରେ ଉଦ୍ଧାର କରିବା ସମ୍ଭବପର ହେଉଛି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୩ ଲକ୍ଷ ଲୋକଙ୍କୁ ୨ ହଜାର ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି। 
ରାଜ୍ୟର ପାଖାପାଖି ୧୦୦ଟି ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇଛି। ରାସ୍ତାରେ ପାଣି ଜମି ଥିବା ବେଳେ କିଛି ସ୍ଥାନରେ ଜାତୀୟ ରାଜପଥ ବର୍ଷାରେ ଧୋଇ ଯାଇଛି। ଏବେ ବି ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। 
ଘରେ ପାଣି ପଶି ଯାଇଥିବାରୁ ଲୋକମାନେ ଘରର ଛାତ ଓ ଗଛ ଉପରେ ଆଶ୍ରୟ ନେଇଛନ୍ତି।  ଉଦ୍ଧାର କାର୍ଯ୍ୟରେ ୩୦ଟି ହେଲିକପ୍ଟର ଓ ୩୨୦ଟି ବୋଟ୍‌ ନିୟୋଜିତ ହୋଇଛନ୍ତି।   
ସେହିପରି ନୌସେନାର ୪୨ଟି ଟିମ୍ , ସ୍ଥଳ ସେନାର ୧୬, ତଟରକ୍ଷୀ ବାହିନୀର ୨୮ ଓ ଏନ୍‌ଡିଆର୍‌ଏଫ୍‌ର ୩୯ ଟି ଟିମ୍ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତ ୪ଟି ବିମାନ ଓ ତଟରକ୍ଷୀ ବାହିନୀର ୩ଟି ଜାହାଜ ମଧ୍ୟ ମୁତୟନ କରାଯାଇଛି।  
ବିଭିନ୍ନ ସ୍ଥାନରେ ବ୍ରିଜ୍‌ ଭୁଶୁଡ଼ି ପଡ଼ିବାରୁ ସେନା ତରଫରୁ ଅସ୍ଥାୟୀ ବ୍ରିଜ୍‌ ନିର୍ମାଣ କରାଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ବନ୍ୟା ଘେରରେ ଥିବା ଲୋକଙ୍କୁ ଆକାଶ ମାର୍ଗରୁ ହିଁ ରିଲିଫ୍‌ ଦିଆଯାଉଛି। ବନ୍ୟାଜଳରେ ଏକାଧିକ ଘର ଭାସି ଯାଇଥିବା ଖବର ରହିଛି। ପେରିୟାର ଓ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରୁ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
କେରଳର ଏଭଳି ଭୟଙ୍କର ପରିସ୍ଥିତି ଦେଖି ବିଭିନ୍ନ ରାଜ୍ୟ ସହାୟତାର ହାତ ବଢ଼ାଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ କେରଳ ପାଇଁ ୧୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିବା ବେଳେ ଦିଲ୍ଲୀ ସରକାର ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ଗୋଟିଏ ମାସର ଦରମା କେରଳ ବନ୍ୟା ବିପନ୍ନଙ୍କୁ ଦିଆଯିବ ବୋଲି କହିଛନ୍ତି।


from Odisha Reporter https://ift.tt/2PhfRsS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages