
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ମୂଷା ପଶିଗଲେ, ଆପଣ ସମସ୍ୟାରେ ପଡ଼ିଥା’ନ୍ତି। ସମସ୍ତ ଖାଇବା ଜିନିଷ ଏବଂ କପଡାକୁ ମୂଷା କାଟିବାରେ ଲାଗିଥାଏ। ସଫା କରିବା ପରେ ଯଦି ଆପଣଙ୍କ ଘରୁ ମୂଷା ବାହାରକୁ ଯାଉନାହାନ୍ତି, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆଜି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପାୟ କହିବୁ, ଯାହାକୁ ବ୍ୟବହାର କଲେ ଆପଣ ମୂଷାମାନଙ୍କଠାରୁ ରକ୍ଷା ପାଇପାରିବେ।

ପିଆଜ: ପିଆଜର ଗନ୍ଧକୁ ମୂଷାମାନେ ସହି ପାରନ୍ତି ନାହିଁ। ଯେଉଁ ସ୍ଥାନରେ ପିଆଜ ରହିଥାଏ, ସେଠାରୁ ମୂଷାମାନେ ଦୂରକୁ ଚାଲି ଯାଇଥା’ନ୍ତି। ଏଥିପାଇଁ ଯେଉଁ ସ୍ଥାନରେ ମୂଷା ଅଧିକ ହେଉଛି, ସେଠାରେ ପିଆଜକୁ କାଟି ରଖିଦିଅନ୍ତୁ। ଏପରି କିଛି ଦିନ କରିବା ପରେ ଦେଖିବେ ମୂଷା ଶୀଘ୍ର ଘରୁ ବାହାରିଯିବେ।

ପୋଦିନା: ପୋଦିନା ପତ୍ରର ବାସ୍ନାକୁ ମୂଷାମାନେ ଘୃଣା କରନ୍ତି। ଘରୁ ମୂଷାଙ୍କୁ ବିଦା କରିବା ପାଇଁ ପୋଦିନା ପତ୍ରକୁ ତୁଳାରେ ଗୁଡ଼ାଇ ମୂଷା ଆସୁଥିବା ସ୍ଥାନରେ ରଖିଦିଅନ୍ତୁ। ଏହା ବ୍ୟତୀତ ଆପଣ ପୋଦିନା ପତ୍ରକୁ ବାଟି ଏହାର ଲେପକୁ ଝରକା ଏବଂ କବାଟରେ ଲଗାଇ ଦିଅନ୍ତୁ। ଏପରି କଲେ ଘରେ ମୂଷା ରହିବେ ନାହିଁ
ତେଜପତ୍ର: ଖାଇବାରେ ସ୍ୱାଦ ବଢ଼ାଉଥିବା ତେଜ ପତ୍ର ମୂଷାମାନଙ୍କ ଶତ୍ରୁ। ଏହାର କଡ଼ା ବାସ୍ନା ମୂଷାମାନଙ୍କୁ ସମସ୍ୟାରେ ପକାଇଥାଏ। ଏଥିପାଇଁ ଆପଣଙ୍କ ଘରର ଯେଉଁ ସ୍ଥାନରେ ଅଧିକ ମୂଷା ହେଉଛନ୍ତି, ସେଠାରେ ତେଜପତ୍ର ରଖି ଦିଅନ୍ତୁ। ମୂଷା ରହିବେ ନାହିଁ।
ପେଚା ପର: ମୂଷାଙ୍କୁ ଘରୁ ବାହାର କରିବା ପାଇଁ ଆପଣ ପେଚା ପରର ମଧ୍ୟ ସାହାଯ୍ୟ ନେଇପାରିବେ। ପେଚା ପରକୁ ଦେଖି ମୂଷାମାନ ଡରି ଯାଇଥା’ନ୍ତି। ଯେଉଁ ଘରେ ପେଚାର ପର ରହିବ, ସେଠାକୁ ମୂଷା ଭୁଲ୍ରେ ମଧ୍ୟ ପ୍ରବେଶ କରିବେ ନାହିଁ।
from Odisha Reporter https://ift.tt/2L5ik6e
No comments:
Post a Comment