ଏହି ଫିଲ୍ମରେ ପ୍ରଥମ ଥର ଏକାଠି ଅଭିନୟ କରିବେ ସଲମାନ୍‌ ଓ ଦୀପିକା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ଏହି ଫିଲ୍ମରେ ପ୍ରଥମ ଥର ଏକାଠି ଅଭିନୟ କରିବେ ସଲମାନ୍‌ ଓ ଦୀପିକା!

deepika

ମୁମ୍ବାଇ: ଦର୍ଶକଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ବଲିଉଡ୍‌ ଦବଙ୍ଗ୍ ଖାନ୍‌ ସଲମାନ୍‌ ଓ ମୋଷ୍ଟ୍‌ ଟ୍ୟାଲେଣ୍ଟେଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ପ୍ରଥମ ଥର ପାଇଁ ଏକାଠି ଗୋଟିଏ ଫିଲ୍ମରେ ଅଭିନୟ କରିବେ। ସଞ୍ଜୟ ଲୀଲା ଭଂଶାଲୀ ତାଙ୍କ ଫିଲ୍ମରେ ଏ ଦୁଇ କଳାକାରଙ୍କୁ ନେବେ ବୋଲି ଜଣାପଡ଼ିଛି।

ସଞ୍ଜୟ ଅନେକ ଦିନରୁ ସଲମାନ୍‌ଙ୍କ ସହ ଏକ ପ୍ରୋଜେକ୍ଟରେ କାମ କରିବାକୁ ସୁଯୋଗ ଖୋଜୁଥିଲେ। ଏବେ ଚର୍ଚ୍ଚା ହେଉଛି ଯେ ସଲ୍ଲୁମିଆଁ ଭଂଶାଲୀଙ୍କ ପ୍ରୋଜେକ୍ଟ ‘ଇନଶାଆଲ୍ଲା’ରେ କାମ କରିବେ।

ଏଥିରେ ସଲ୍‌ମାନ୍‌ଙ୍କ ବିପକ୍ଷରେ ଦୀପିକା ପାଦୁକୋନ୍‌ଙ୍କୁ ନିଆଯାଇପାରେ। ଏହା ପୂର୍ବରୁ ଦୀପିକା ଭଂଶାଲୀଙ୍କ ସହ ତିନୋଟି ଫିଲ୍ମ କରିଛନ୍ତି। ସବୁ ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ଆୟ କରିଛି। ଆସନ୍ତା ବର୍ଷରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇପାରେ।

ସଲମାନ୍‌ ଏବେ ‘ଭାରତ’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହାପରେ ସେ‘ଦବଙ୍ଗ-୩’ ଶୁଟିଂ କରିବେ। ଅନ୍ୟପଟେ ଦୀପିକାଙ୍କ ହାତରେ ଏବେ କୌଣସି ଫିଲ୍ମ ନାହିଁ।



from OdishaReporter https://ift.tt/2Mm3vBj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages