ଆଉ ପୁଲିସ୍‌କୁ ଦେଖାଇବାକୁ ପଡ଼ିବନି DL କି ଗାଡ଼ିକାଗଜ: ଫୋନ୍‌ରେ ହୋଇଯିବ ସବୁ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ଆଉ ପୁଲିସ୍‌କୁ ଦେଖାଇବାକୁ ପଡ଼ିବନି DL କି ଗାଡ଼ିକାଗଜ: ଫୋନ୍‌ରେ ହୋଇଯିବ ସବୁ କାମ

police

ନୂଆଦିଲ୍ଲୀ: ଗାଡ଼ି ଚାଳକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି ଏକ ଖୁସି ଖବର। ଏବେ ଆପଣଙ୍କୁ କୌଣସି ସ୍ଥାନକୁ ଗଲେ ସାଙ୍ଗରେ ଡ୍ରାଇଭିଂ ଲାଇସେନ୍ସ (DL) କିମ୍ବା ଗାଡ଼ିର ରେଜିଷ୍ଟ୍ରେସନ୍‌ କାଗଜ ନେଇ ଯିବାକୁ ପଡ଼ିବ ନାହିଁ। ଏହା ବଦଳରେ ଆବଶ୍ୟକ ପଡ଼ିଲେ ଫୋନ୍‌ ବ୍ୟବହାର କରି ଆପଣ ପୁଲିସ୍‌ ପାଖରୁ ଯାଇପାରିବେ।

ଏଥିପାଇଁ ଆପଣଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଡିଜିଲକର୍‌ କିମ୍ବା ପରିବହନ ମନ୍ତ୍ରାଳୟର ଏମ୍‌ପରିବହନ ପ୍ଲାଟ୍‌ଫର୍ମରେ ନିଜର ସମସ୍ତ ତଥ୍ୟ ଦେବାକୁ ପଡ଼ିବ।

ଡ୍ରାଇଭିଂ ଲାଇସେନ୍ସ ଓ ପରିବହନ ପଞ୍ଜିକରଣ ସାର୍ଟିଫିକେଟ୍‌ ସାଙ୍ଗରେ ନେବା ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଏସବୁ କାଗଜପତ୍ରକୁ ଡିଜିଲକର୍‌ କିମ୍ବା ଏମ୍‌ପରିବହନ ପ୍ଲାଟ୍‌ଫର୍ମ ମାଧ୍ୟମରେ ଇଲେକ୍ଟ୍ରୋନିକ୍‌ ଫର୍ମରେ ପ୍ରସ୍ତୁତ କରାଯିବା ପ୍ରକ୍ରିୟାକୁ ସ୍ୱୀକାର କରିବାକୁ ଗୁରୁବାର କେନ୍ଦ୍ର ସରକାର ସବୁ ରାଜ୍ୟଙ୍କୁ ପରାମର୍ଶ ଦିଆଯାଇଛି।

ଏମିତି ବ୍ୟବହାର କରିପାରିବେ

ସରକାର ଏଥିପାଇଁ ଏକ ୱେବ୍‌ସାଇଟ୍‌ digilocker.gov.in ପ୍ରସ୍ତୁତ କରିଛନ୍ତି। ଏଥିରୁ ଆପଣ ଡିଜିଲକର୍‌ ଆପ୍‌ ଡାଉନ୍‌ଲୋଡ୍ କରିପାରିବେ। ଏହାପରେ ଆପଣ ନିଜର ଡିଜିଲକର୍‌ ଆକାଉଣ୍ଟ୍‌ ଖୋଲିପାରିବେ।

ଏଥିପାଇଁ ଆପଣଙ୍କୁ ନିଜ ମୋବାଇଲ୍‌ ନମ୍ବର ଦେବାକୁ ପଡ଼ିବ। ପରେ ୱାନ୍‌ ଟାଇମ୍‌ ପାସ୍‌ୱାର୍ଡ (OTP) ଆପଣଙ୍କ ମୋବାଇଲ୍‌କୁ ଆସିବ। ଏହାକୁ ବ୍ୟବହାର କରି ମୋବାଇଲ୍‌ ନମ୍ବରକୁ ପ୍ରମାଣସିଦ୍ଧ କରିପାରିବେ।

ଏହାପରେ ଆପଣଙ୍କୁ ୟୁଜର୍‌ ନେମ୍‌ ଓ ପାସ୍‌ୱାର୍ଡ ସିଲେକ୍ଟ କରିବାକୁ ପଡ଼ିବ। ଡିଜିଲକର୍‌ ଆକାଉଣ୍ଟ୍‌ ହୋଇଯିବା ପରେ ଆପଣ ନିଜ କାଗଜପତ୍ର ଅପ୍‌ଲୋଡ୍ କରିପାରିବେ।

ଡିଜିଲକର୍‌ର ଅନ୍ୟ ସୁବିଧା ମଧ୍ୟ ରହିଛି। ଏହାକୁ ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ନିଜ ଆଧାରକାର୍ଡ ନମ୍ବର ଦେବାକୁ ପଡ଼ିବ।

ସୌଜନ୍ୟ- ଆଜ୍‌ତକ୍‌

 



from OdishaReporter https://ift.tt/2KHpfT9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages