ରଙ୍ଗିଲା ଆଇଏଏସ୍ ବାବୁ: ଫୁର୍‌ସତ୍‌ ପାଇଲେ ଦଉଡୁଛନ୍ତି ଭୁବନେଶ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ରଙ୍ଗିଲା ଆଇଏଏସ୍ ବାବୁ: ଫୁର୍‌ସତ୍‌ ପାଇଲେ ଦଉଡୁଛନ୍ତି ଭୁବନେଶ୍ୱର

ଚର୍ଚ୍ଚା ହେଉଛି, ଗତ କିଛିବର୍ଷ ହେଲା, ସମ୍ପୃକ୍ତ ମହିଳାଙ୍କ ସହ ଏହି ବାବୁଙ୍କର ସମ୍ପର୍କ ନିବିଡ଼ ହୋଇଯାଇଛି। ଅନ୍ୟଏକ ଜିଲ୍ଲାର ମୁଖିଆ ଥିବାବେଳେ, କୁଆଡ଼େ ଏହି ମହିଳାଙ୍କ ସହ ବାବୁଙ୍କର ପ୍ରଥମ ପରିଚୟ ହୋଇଥିଲା।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୟସର ଅପରାହ୍ନରେ ବି ରସିକିଆ ସ୍ୱଭାବ ଛାଡ଼ୁନାହାନ୍ତି ଆଇଏଏସ୍ ବାବୁ। ଆଉ ଏଇ ଆଇଏଏସ୍ ଅଫିସରଙ୍କ ଏଭଳି ରଙ୍ଗିଲା ସ୍ୱଭାବକୁ ନେଇ ଏବେ କୁଆଡ଼େ ପାୱାର କରିଡରରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଗତ କିଛିବର୍ଷ ଧରି ଗୋଟିଏ ଧନୀ ଜିଲ୍ଲାର ମୁଖିଆ ହୋଇ ରହିଥିବା ଏହି ପଦୋନ୍ନତିପ୍ରାପ୍ତ ଆଇଏଏସ୍ ଅଫିସର କୁଆଡ଼େ ସାମାନ୍ୟ ଫୁରସତ୍ ପାଇବା ମାତ୍ରେ ରାଜଧାନୀ ଭୁବନେଶ୍ୱରକୁ ଦୌଡ଼ି ଆସନ୍ତି। ଅବଶ୍ୟ ରାଜଧାନୀରେ ବାବୁଙ୍କ ପରିବାର ରହୁଛନ୍ତି। କିନ୍ତୁ ସେ କୁଆଡ଼େ ପରିବାର ପାଇଁ କମ୍ ବରଂ ନିଜର ରସିକିଆ ସ୍ୱଭାବ ଦେଖାଇ ହେବାକୁ ରାଜଧାନୀରେ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି।

ଆଉ ରାଜଧାନୀର ଏକ ସମ୍ଭ୍ରାନ୍ତ ଅଂଚଳରେ ଥିବା ଗୋଟିଏ ବିବାଦୀୟ ଆପାର୍ଟମେଣ୍ଟ କୁଆଡ଼େ ବାବୁଙ୍କର ଅସ୍ଥାୟୀ ଠିକଣା ପାଲଟିଥାଏ। ସେଠାରେ ବାବୁଙ୍କ ପାଇଁ କୁଆଡ଼େ ସୁରା-ସାକିର ବ୍ୟବସ୍ଥା ହୋଇଥାଏ। ଯେଉଁ ନିର୍ଦ୍ଦିଷ୍ଟ ଫ୍ଲାଟକୁ ବାବୁଙ୍କ ଆତଯାତ ହୁଏ, ସେହି ଫ୍ଲାଟ୍ କୁଆଡ଼େ ଜଣେ ମହିଳାଙ୍କ ମାଲିକାନାରେ ଅଛି। ସମ୍ପୃକ୍ତ ମହିଳା ମଧ୍ୟ ପୂର୍ବରୁ ଚିଟ୍ ଫଣ୍ଡ ମାମଲାରେ ବିବାଦୀୟ ହୋଇଥିଲେ।

କିଛି ପ୍ରଭାବଶାଳୀ ବିଜେଡି ନେତାଙ୍କୁ କରାୟତ୍ତ କରି ଏହି ବାବୁ ମୋଟା ଅଙ୍କର ‘ପିସି’ ଦେଉଥିବାରୁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ସବୁବେଳେ ସମୃଦ୍ଧ ଜିଲ୍ଲାର ମୁଖିଆ କରି ରଖାଯାଉଛି।

ଚର୍ଚ୍ଚା ହେଉଛି, ଗତ ପ୍ରାୟ କିଛି ବର୍ଷ ହେଲା ସମ୍ପୃକ୍ତ ମହିଳାଙ୍କ ସହ ଏହି ବାବୁଙ୍କର ସମ୍ପର୍କ ଅଧିକ ନିବିଡ଼ ହୋଇଯାଇଛି। ଅନ୍ୟ ଏକ ଜିଲ୍ଲାର ମୁଖିଆ ଥିବାବେଳେ କୁଆଡ଼େ ଏହି ମହିଳାଙ୍କ ସହ ବାବୁଙ୍କର ପ୍ରଥମ ପରିଚୟ ହୋଇଥିଲା। ଆଉ ସମ୍ପୃକ୍ତ ମହିଳାଙ୍କୁ ସେହି ଜିଲ୍ଲାରେ ବ୍ୟବସାୟିକ କାର୍ଯ୍ୟରେ ସବୁପ୍ରକାରର ପ୍ରଶାସନିକ ସହଯୋଗ କୁଆଡ଼େ ଏହି ବାବୁ ଯୋଗାଇ ଦେଇଥିଲେ।

ଆଉ ତା’ପରଠୁ ସମ୍ପର୍କ ଏତେ ନିବିଡ଼ ହୋଇଥିଲା ଯେ ବାବୁ ଏବେ ପୁରା ରଙ୍ଗିଲା ହୋଇପଡ଼ିଛନ୍ତି। ଶୁଣିବାକୁ ମିଳୁଛି, ବାବୁଙ୍କର ଏଭଳି ରସିକିଆ ସ୍ୱଭାବର ଫାଇଦା ଉଠାଇ ମହିଳା ଜଣକ କୁଆଡ଼େ ନିଜର ବ୍ୟବସାୟିକ କଳେବରକୁ ବୃଦ୍ଧି କରିବାରେ ଲାଗିଛନ୍ତି। ମହିଳାଙ୍କ ଏହି ବ୍ୟବସାୟରେ ବାବୁ କୁଆଡ଼େ ପୁଞ୍ଜି ବିନିଯୋଗ ବି କରିଛନ୍ତି।

କିଛି ପ୍ରଭାବଶାଳୀ ବିଜେଡି ନେତାଙ୍କୁ କରାୟତ୍ତ କରି ଏହି ବାବୁ ମୋଟା ଅଙ୍କର ‘ପିସି’ ଦେଉଥିବାରୁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ସବୁବେଳେ ସମୃଦ୍ଧ ଜିଲ୍ଲାର ମୁଖିଆ କରି ରଖାଯାଉଛି। ଆଉ ତା’ର ଫାଇଦା ଉଠାଇ ବାବୁ ବି ନିଜ ତହବିଲ ବଢ଼ାଇବାରେ ଲାଗିଛନ୍ତି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2LkHEFP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages