କେରଳ ବନ୍ୟା ବିପନ୍ନଙ୍କ ପାଇଁ ବିଜୟ ଉତ୍ସର୍ଗ କଲେ କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

କେରଳ ବନ୍ୟା ବିପନ୍ନଙ୍କ ପାଇଁ ବିଜୟ ଉତ୍ସର୍ଗ କଲେ କୋହଲି

ଟେଣ୍ଟବ୍ରିଜ୍‌: ନଟିଂହାମ୍‌ରେ ସଦ୍ୟ ସମାପ୍ତ ତୃତୀୟ ଟେଷ୍ଟ୍‌ରେ ସ୍ମରଣୀୟ ବିଜୟ ହାସଲ କରି ସମସ୍ତଙ୍କ ହୃଦୟ ଜିତିଥିବା ଟିମ୍‌ ଇଣ୍ଡିଆ ଏବେ ଆଉ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ର ବିଜୟକୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି କେରଳ ବନ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

ଟିମ୍‌ ଇଣ୍ଡିଆ ଆଜି ଇଂଲଣ୍ଡକୁ ୨୦୩ ରନ୍‌ର ବୃହତ ବ୍ୟବଧାନରେ ପରାସ୍ତ କରିଛି। ମ୍ୟାଚ୍‌ ପରେ କୋହଲି କହିଛନ୍ତି, “ଏହି ବିଜୟକୁ ଦଳ ପକ୍ଷରୁ କେରଳ ବିପନ୍ନଙ୍କୁ ଡେଡିକେଟ୍‌ କରାଯାଉଛି। ଟିମ୍‌ ଇଣ୍ଡିଆ ପକ୍ଷରୁ କେରଳ ପାଇଁ ଆମେ ଏହି ଛୋଟିଆ କାମ କରିଛୁ।”

ଏହି ବିଜୟ ସହ ୫ ଟିକିଆ ସିରିଜ୍‌ରେ ୦-୨ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଏବେ ୧-୨ ସ୍ଥିତିକୁ ଆସିଛି। ଏହି ମ୍ୟାଚ୍‌ରେ କୋହଲି ପ୍ରଥମ ଇନିଂସରେ ୯୭ ଓ ଦ୍ୱିତୀୟ ଇନିଂସରେ ୧୦୩ ରନ୍‌ କରିଥିଲେ। ଏହି ଆକର୍ଷଣୀୟ ଇନିଂସ ପାଇଁ କୋହଲି ମ୍ୟାନ୍‌ ଦି ଅଫ୍‌ ମ୍ୟାଚ୍‌ ଘୋଷିତ ହୋଇଛନ୍ତି।

ସେ କହିଛନ୍ତି, ଏହି ମ୍ୟାଚ୍‌ ଜିତିବା ଟିମ୍‌ ଇଣ୍ଡିଆ ପାଇଁ ଜରୁରୀ ଥିଲା। ସିରିଜ୍‌ରେ କମ୍ ବ୍ୟାକ୍‌ ଲକ୍ଷ୍ୟ ନେଇ ଆମେ ପଡ଼ିଆକୁ ଓହ୍ଲାଇଥିଲୁ। ସମସ୍ତଙ୍କ ପରିଶ୍ରମ ପାଇଁ ଆମେ ବିଜୟୀ ହୋଇଛୁ। ମ୍ୟାଚ୍‌ ପୂର୍ବରୁ ଆମେ କୌଣସି ପ୍ରକାରର ଚାପରେ ନଥିଲୁ। ଆମେ କେବଳ ଲର୍ଡସ୍‌ରେ ଖରାପ ଖେଳିଥିଲୁ। ଏବେ ଆଗକୁ ଭଲ ପ୍ରଦର୍ଶନ କରିବୁ ବୋଲି ବିରାଟ୍‌ କହିଛନ୍ତି।

ସେ ଆହୁରି କହିଛନ୍ତି, “ପୂରା ମ୍ୟାଚ୍‌ରେ ଆମର ଦବ୍‌ଦବା ରହିଥିଲା। କାରଣ ଆମେ ଅଧିକ ରନ୍‌ କରିପାରିଥିଲୁ। ବୋଲରମାନେ ଠିକଣା ସମୟରେ ସଠିକ୍‌ ଢଙ୍ଗରେ ବୋଲିଂ କରିଛନ୍ତି। ଆହତ ଥିବା ସତ୍ତ୍ୱେ ଅଶ୍ୱିନ୍‌ ତାଙ୍କ ଲୟକୁ ଫେରି ବୋଲିଂ କରିଥିଲେ, ଯାହା ଟିମ୍‌ର ଅନ୍ୟ ସଦସ୍ୟଙ୍କ ମନୋବଳ ବୃଦ୍ଧି କରିଥିଲା।”



from Odisha Reporter https://ift.tt/2PsTFMu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages