ଜାଣନ୍ତୁ ଡ୍ରାଏ ସ୍କିନ୍‌ର ଲକ୍ଷଣ ଓ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଜାଣନ୍ତୁ ଡ୍ରାଏ ସ୍କିନ୍‌ର ଲକ୍ଷଣ ଓ ଉପଚାର

ପ୍ରାୟ ସମସ୍ତେ ପରଫେକ୍ଟ ସ୍କିନ୍‌ ଚାହାନ୍ତି। ସମସ୍ତେ ଚାହାନ୍ତି ତାଙ୍କ ତ୍ୱଚା କୋମଳ, ଉଜ୍ୱଳ ଓ ସୁନ୍ଦର ଦେଖାଯାଉ। କିନ୍ତୁ ବାହାର ପ୍ରଦୂଷଣ ଓ ଖରାପ ଜୀବନଶୈଳୀ ପାଇଁ ଏଭଳି ତ୍ୱଚା ପାଇବା କେବଳ ସ୍ୱପ୍ନରେ ରହିଥାଏ । ପରଫେକ୍ଟ ତ୍ୱଚା କେବଳ ସେତିକିବେଳେ ପାଇପାରିବେ, ଯେତେବେଳେ ଆପଣ ନିଜ ସ୍କିନ୍‌ ଟାଇପ୍‌ ଜାଣିପାରିବେ।କାରଣ ଭିନ୍ନ ଭିନ୍ନ ଟାଇପ୍‌ ସ୍କିନ୍‌ପାଇଁଭିନ୍ନ ଭିନ୍ନ ଉପଚାର ରହିଛି। ଆଜି ଆମେ ଆପଣଙ୍କ ଶୁଷ୍କ ତ୍ୱଚା ବା ଡ୍ରାଏ ସ୍କିନ୍‌ର ଲକ୍ଷଣ ଓ ଉପଚାର ବିଷୟରେ କହିବୁ। ଆପଣଙ୍କ ଠାରେ ଯଦି ଏପରି ଲକ୍ଷଣ ଦେଖାଯାଉଛି ତେବେ ଆପଣ ଏହାର ଉପଚାର ଟିପ୍ସଗୁଡ଼ିକୁ ଆପଣେଇ ପାରିବେ।

ଡ୍ରାଏ ସ୍କିନ୍‌ର ଲକ୍ଷଣ:

୧. ରୁକ୍ଷ ତ୍ୱଚା- ଆପଣଙ୍କ ତ୍ୱଚାର ଉପର ପରସ୍ତ ପ୍ରାକୃତିକ ତୈଳ ଅଂଶ ପାଇଁ ଉଜ୍ୱଳ ଓ ଚମକଦାର୍ ଦେଖାଯାଏ। କିନ୍ତୁ ଡ୍ରାଏ ସ୍କିନ୍‌ ଥିବା ବ୍ୟକ୍ତିଙ୍କ ତ୍ୱଚା ରୁକ୍ଷ ଦେଖାଯାଏ। ଏହା ବ୍ୟତୀତ ଏମାନଙ୍କ ମୁଣ୍ଡର ସ୍କାଲ୍ପ ମଧ୍ୟ ରୁକ୍ଷ ହୋଇଥାଏ। ଫଳରେ ରୂପି ହେବା ଓ ଚୁଟି ରୁକ୍ଷ ଦେଖାଯିବା ଭଳି ସମସ୍ୟା ଦେଖାଯାଏ।

୨. କୁଣ୍ଡେଇ ହେବା: ଡ୍ରାଏ ସ୍କିନ୍‌ରେ କୁଣ୍ଡେଇ ହେବା ସମସ୍ୟା ଦେଖାଦେଇଥାଏ। କିଛି ଲୋକଙ୍କଠାରେ ଏହି ସମସ୍ୟା କମ୍‌ ଦେଖା ଦେଇଥିବାବେଳେ କିଛିଙ୍କ ପାଖରେ ଅଧିକ ଦେଖାଦେଇଥାଏ। ଶୋଇବା ସମୟରେ ଏହି ସମସ୍ୟା ଅଧିକ ବଢ଼ିଯାଇଥାଏ।

୩. ଲାଲ୍‌ ପଡ଼ିଯିବା- ଯଦି ତ୍ୱଚାରେ ବିନା କାରଣରେ ଲାଲ୍‌ ରଙ୍ଗର ଛୋଟ ଛୋଟ ଦାନା ହେଇଯାଉଛି, ତେବେ ଏହା ମଧ୍ୟ ଡ୍ରାଏ ସ୍କିନ୍‌ର ଲକ୍ଷଣ।

୪. ତ୍ୱଚା ଫାଟିବା- ଡ୍ରାଏ ସ୍କିନ୍‌ର ସବୁଠୁ ବଡ଼ ସମସ୍ୟା ହେଉଛି ତ୍ୱଚା ଫାଟିବା। ତ୍ୱଚା ଯଦି ଆବଶ୍ୟକତାଠୁ ଅଧିକ ସୁଷ୍କ ହୋଇଯାଏ, ତେବେ ଏହା ଫାଟିବାକୁ ଲାଗେ। ଏପରି ଲୋକଙ୍କ ମୁହଁ ସହ ଓଠ ମଧ୍ୟ ଫାଟେ।

୫. ରୁକ୍ଷ ଓଠ- ଓଠ ଫାଟିବା, ରୁକ୍ଷ ଦେଖାଯିବା, କଳା ପଡ଼ିଯିବା ମଧ୍ୟ ଡ୍ରାଏ ସ୍କିନ୍‌ର ଲକ୍ଷଣ।

ସୁଷ୍କ ତ୍ୱଚାର କାରଣ-  ବିଶେଷଜ୍ଞଙ୍କ ଅନୁଯାୟୀ, ଡ୍ରାଏ ସ୍କିନ୍‌ ବାହାର ଓ ଆଭ୍ୟନ୍ତରୀଣ କାରଣରୁ ହୋଇଥାଏ। ବାହାର କାରଣ ଯେପରିକି, ପାଣି ପାଗରେ ହଠାତ୍‌ ପରିବର୍ତ୍ତନ, ଶୀତ ଦିନର ଥଣ୍ଡା ପାଣିପାଗ, କେମିକାଲ୍ ଯୁକ୍ତ ସାବୁନ ବ୍ୟବହାର କରିବା ଏବଂ ସ୍କିନ୍‌କୁ ଡ୍ରାଏ କରୁଥିବା ତତ୍ତ୍ୱଯୁକ୍ତ ଜିନିଷ ଲଗାଇବା ଯୋଗୁ ଏଭଳି ସମସ୍ୟା ହୋଇଥାଏ।  ଏହା ବ୍ୟତୀତ କିଛି ଆଭ୍ୟନ୍ତରୀଣ କାରଣ ଯେପରିକି, ଶରୀରରେ ଜିନ୍‌ରେ ତ୍ୱଚାକୁ ଶୁଷ୍କ କରିବାର ତତ୍ତ୍ୱ ରହିବା କିମ୍ବା କୌଣସି ପ୍ରକାରର ସ୍କିନ୍ ଇନ୍‌ଫେକ୍ସନ୍, ‌ଆଲର୍ଜି, ଆଜ୍‌ମା ଥାଏ, ତେବେ ମଧ୍ୟ ତ୍ୱଚା ଶୁଷ୍କ ହୋଇଯାଏ।

ଶୁଷ୍କ ତ୍ୱଚାର ଉପଚାର:

୧. ମୟଶ୍ଚରାଇଜ୍ କରନ୍ତୁ- ଡ୍ରାଏ ସ୍କିନ୍‌କୁ ସୁଟ୍‌ କଲା ଭଳି ମୟଶ୍ଚରାଇଜର ଲଗାନ୍ତୁ। ପ୍ରତି ୨ ଘଣ୍ଟାରେ ଏହାକୁ ତ୍ୱଚାରେ ଲଗାନ୍ତୁ। ସ୍କିନ୍‌ ଯେତେ ଅଧିକ ହାଇଡ୍ରେଟ୍‌ ରହିବ, ସେତେ ଭଲ।

୨. ପ୍ରଚୁର ପାଣି ପିଅନ୍ତୁ- ଯେତେ ସମ୍ଭବ, ସେତେ ପାଣି ପିଅନ୍ତୁ। ଯଦି ଆପଣ ଏବେ ଦିନକୁ ଗୋଟେ ବୋତଲ ପାଣି ପିଉଛନ୍ତି ତେବେ ଏହାକୁ ଦୁଇଗୁଣ କରିଦିଅନ୍ତୁ। ଧିରେ ଧିରେ ଏହାର ମାତ୍ରା ବଢାନ୍ତୁ। ଆପଣଙ୍କ ଶରୀରର ଭିତରୁରେ ହାଇଡ୍ରେଟ୍ ରହିଲେ ଭଳ ଫଳ ମିଳିବ।

୩. ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ- ନିଜ ଡାଏଟ୍‌ ଓ ଜିବନଶୈଳୀକୁ  ସନ୍ତୁଳିତ ରଖନ୍ତୁ। ଜୁସ୍‌ ଓ ଭିଟାମିନ୍‌ଯୁକ୍ତ ପାନୀୟ ପିଅନ୍ତୁ। ପ୍ରତିଦିନ ବ୍ୟାୟାମ କରନ୍ତୁ। ଏହା ଫଳରେ ତ୍ୱଚାରୁ ଝାଳ ବାହାରିବ ଓ ତ୍ୱଚାରେ ଚମକ ଆସିବ।

୪. ମେଡିକାଲ ଟ୍ରିଟ୍‌ମେଣ୍ଟ- ଯଦି ଉପରୋକ୍ତ ସମସ୍ତ କାମ କଲା ପରେ ବି ତ୍ୱଚାରେ ପରିବର୍ତ୍ତନ ଆସୁନାହିଁ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

୫. ଘରୋଇ ଉପଚାର- ଘରେ  ଦହି, ମହୁ, ଲହୁଣୀ, ଅମୃତଭଣ୍ଡା ଆଦିରୁ ଭିନ୍ ଭିନ୍ନ ଫେସ୍ ପ୍ୟାକ୍‌ ପ୍ରସ୍ତୁତ କରି ଲଗାନ୍ତୁ। ଏହା ଆପଣଙ୍କ ତ୍ୱଚାରେ ପ୍ରାକୃତିକ ନମନୀୟତା ଆଣିଦେବ। ଏହାବ୍ୟତୀତ ଅଧିକ ଖରାରେ ବୁଲନ୍ତୁ ନାହିଁ। ସୂତା ଓ ପତଳା ଲୁଗା ପିନ୍ଧନ୍ତୁ, ଯାହାଦ୍ୱାରା ସ୍କିନ୍‌ରେ କିଛି ଆଲର୍ଜି ହେବ ନାହିଁ।



from OdishaReporter https://ift.tt/2ngiHBN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages