ଘୁଞ୍ଚିଲା ଧାରା ୩୫-ଏର ଶୁଣାଣି, ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଘୁଞ୍ଚିଲା ଧାରା ୩୫-ଏର ଶୁଣାଣି, ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପାଇଁ ସ୍ୱତନ୍ତ୍ର ଭାବେ ସମ୍ବିଧାନରେ ଥିବା ବିବାଦୀୟ ୩୫-ଏର ଶୁଣାଣି ଆଜି ସୁପ୍ରିମକୋର୍ଟରେ ଥିଲେ ହେଁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ହେବାର ଥିଲା।

ଜଷ୍ଟିସ୍‌ ମିଶ୍ରଙ୍କ ବ୍ୟତୀତ ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲକର ଓ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ରହିଛନ୍ତି। ତେବେ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଆଜି ଆସ ନିଥିବାରୁ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭ରେ କରାଯିବ ବୋଲି ଜଷ୍ଟିସ୍‌ ମିଶ୍ର କହିଛନ୍ତି। ଜଷ୍ଟିସ୍‌ ମିଶ୍ର କହିଛନ୍ତି, ମାମଲା ପରବର୍ତ୍ତୀ ଶୁଣାଣିରେ ୩ ଜଣିଆ ଖଣ୍ଡପୀଠ ଧାରା ୩୫-ଏର ବୈଧତାର ଶୁଣାଣି ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବ କି ନାହିଁ, ସେକଥା ସ୍ଥିର କରିବେ।

ସିଜେଆଇ ଜଷ୍ଟିସ୍‌ ମିଶ୍ର କହିଛନ୍ତି, ସମ୍ବିଧାନର ଧାରା ୧୪୫ ଅନୁଯାୟୀ, ସମ୍ବିଧାନର ଯେକୌଣସି ଧାରାକୁ ଚ୍ୟାଲେଞ୍ଜ କରାଗଲେ, ତାହାର ଶୁଣାଣି ସାମ୍ବିଧାନିକ ଖଣ୍ଡପୀଠରେ ହେବା କଥା। ତେଣୁ ୩୫-ଏ ସମ୍ବିଧାନର ମୂଳ ନିୟମକୁ ଉଲ୍ଲଙ୍ଘନ କରୁଛି କି ନାହିଁ, ତା’ର ଶୁଣାଣି କେଉଁଠି ହେବ, ତାହା ଅଗଷ୍ଟ ୨୭ରେ ୩ ଜଣିଆ ଖଣ୍ଡପୀଠ ନିଷ୍ପତ୍ତି ନେବେ ବୋଲି ସିଜେଆଇ କହିଛନ୍ତି।

ପୂର୍ବରୁ ମାମଲାର ଶୁଣାଣିକୁ ସ୍ଥଗିତ ରଖିବାକୁ ଉଭୟ କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ୨୦୧୪ ମସିହାରେ ଏନ୍‌ଜିଓ ସଂସ୍ଥା ‘ୱି ଦ ସିଟିଜେନ୍‌’ ଧାରା ୩୫-ଏକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଏହି ଧାରାକୁ କେବେ ହେଲେ ସଂସଦରେ ଉପସ୍ଥାପନ କରାଯାଇ ନାହିଁ। କେବଳ ୧୯୫୪ ମସିହାରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ଲାଗୁ କରାଯାଇଛି ବୋଲି ଏନ୍‌ଜିଓ ପକ୍ଷରୁ ଆବେଦନରେ ଦର୍ଶାଯାଥିଲା।

ଅନ୍ୟପକ୍ଷରେ ଏହି ଶୁଣାଣିକୁ ବିରୋଧ କରି କଶ୍ମୀରରେ ଆଜି ବି ବନ୍ଦ ପାଳନ କରାଯାଇଛି। ବିଚ୍ଛିନ୍ନତବାଦୀଙ୍କ ପକ୍ଷରୁ ଦିଆଯାଥିବା ବନ୍ଦକୁ ବିଭିନ୍ନ ରାଜନୀତିକ, ସାମାଜିକ ଓ ବ୍ୟବସାୟିକ ସଂସ୍ଥାମାନେ ସମର୍ଥନ କରିଛନ୍ତି। ୩୫-ଏ ଧାରା ଅନୁଯାୟୀ, କେବଳ ଜମ୍ମୁ କଶ୍ମୀରରେ ଜନ୍ମିତ ଲୋକକୁ ସ୍ଥାୟୀ ନାଗରିକ ଭାବେ ବିବେଚନା କରାଯାଉଛି।

ଜମ୍ମୁ କଶ୍ମୀର ଛଡ଼ା ବାହାର ରାଜ୍ୟର ନାଗରିକକୁ ଉପତ୍ୟକାରେ ନାଗରିରକ ସ୍ୱୀକୃତି ମିଳୁ ନାହିଁ।

ବାହାର ରାଜ୍ୟରୁ କୌଣସି ବ୍ୟକ୍ତି ଜମ୍ମୁ କାଶ୍ମୀରରେ ଜମି କିଣିପାରିବେ ନାହିଁ। ସେହିପରି ସମ୍ବିଧାନ ଦ୍ଵାରା ପ୍ରାପ୍ତ କୌଣସି ଅନ୍ୟ ଅଧିକାରର ଉଲ୍ଲଂଘନକୁ ଚ୍ୟାଲେଞ୍ଜ କରାଯାଇ ପାରିବ ନାହିଁ। ସେହିପରି ଜଣେ ମହିଳା

ଯଦି ଜମ୍ମୁ-କଶ୍ମୀର ବାହାରର କୌଣସି ପୁରୁଷଙ୍କୁ ବିବାହ କରନ୍ତି, ତା’ହେଲେ ସେ ଉପତ୍ୟକାରେ ଥିବା ତାଙ୍କ ଜମି ଉପରକୁ ମାଲିକାନା ହରାଇବେ।

 



from OdishaReporter https://ift.tt/2nfne7e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages