
ପ୍ୟାରିସ୍ (ଓଡ଼ିଶା ରିପୋର୍ଟର): ଶୀର୍ଷକଟି ପଢିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଅବା ହସ ବି ଲାଗୁଥାଇପାରେ। ଯେଉଁ ଛେଳିକୁ ଲକ୍ଷ ଲକ୍ଷ ଲୋକ ଖାଦ୍ୟ ଭାବରେ ଗ୍ରହଣ କରୁଛନ୍ତି, ସେ କେବେଠୁ ମଣିଷଙ୍କ ମୁହଁର ଭାଷା ପଢ଼ିଲାଣି। କିନ୍ତୁ ଏହା ସତ। ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ଛେଳି ଆପଣଙ୍କ ମୁହଁରୁ ଜାଣିପାରିବ, ଆପଣ ଖୁସିରେ ଅଛନ୍ତି ନା ଦୁଃଖରେ। ଆପଣଙ୍କ କାର୍ଯ୍ୟକଳାପ ଏବଂ ଫୋଟୋକୁ ଦେଖି ମଧ୍ୟ ଛେଳି ଏହା ଜାଣିପାରିବ।

ୟୁରୋପ ଏବଂ ବ୍ରାଜିଲ୍ର ଗବେଷକମାନେ ୨୦ଟି ଗୃହପାଳିତ ଛେଳିଙ୍କୁ ନେଇ ଏକ ଗବେଷଣା କରିଥିଲେ। ସେଥିରେ ଛେଳିଙ୍କୁ ଗୋଟିଏ ଲୋକର ଫୋଟୋ ଦେଖାଯାଇଥିଲା। ଗୋଟିଏ ଫୋଟୋରେ ଜଣେ ବ୍ୟକ୍ତି ଖୁସିରେ ଥିବାବେଳେ ଅନ୍ୟ ଫୋଟୋଟିରେ ସେହି ବ୍ୟକ୍ତି ରାଗିଥିବା ଦେଖାଯାଇଥିଲା। ଏହି ଦୁଇଟି ଫଟୋରୁ ଛେଳିମାନେ ସଂପୃକ୍ତ ବ୍ୟକ୍ତିଙ୍କ ଖୁସି ଥିବା ଫୋଟୋକୁ ଅଧିକ ପସନ୍ଦ କରିବା ସହିତ ଫୋଟୋଟିକୁ ଛୁଇଁବାକୁ ମଧ୍ୟ ଚେଷ୍ଟା କରିଥିଲେ।
ଲଣ୍ଡନ୍ର କୁଇନ୍ ମେରି ବିଶ୍ୱବିଦ୍ୟାଳୟର ଗବେଷକ କ୍ରିଷ୍ଟିଆନ୍ ଲାୱୋର୍ଥଙ୍କ ଅନୁସାରେ, ଏହି ଗବେଷଣାରେ ଛେଳିମାନେ ସଂପୃକ୍ତ ବ୍ୟକ୍ତିଙ୍କ ଖୁସି ଥିବା ଫୋଟୋଟିରେ ୧.୪ ସେକେଣ୍ଡ ଏବଂ ରାଗିଥିବା ଫୋଟୋରେ ମାତ୍ର ୦.୯ ସେକେଣ୍ଡ ସମୟ ଅତିବାହିତ କରିଥିଲେ।
ଏହାର ଅର୍ଥ, ଛେଳିମାନେ ସଂପୃକ୍ତ ବ୍ୟକ୍ତିଙ୍କ ଖୁସି ମୁହୂର୍ତ୍ତର ଫଟୋ ନିକଟରେ ପାଖାପାଖି ୫୦ ଭାଗରୁ ଅଧିକ ସମୟ ଅତିବାହିତ କରିଥିଲେ।
ଛେଳି ମଣିଷର ଚେହେରା ପଢ଼ି ପାରୁଥିବା ସମ୍ପର୍କିତ ଗବେଷଣାର ପ୍ରଥମ ପ୍ରମାଣ ରିପୋର୍ଟ ‘ରୟାଲ୍ ସୋସାଇଟି ଓପନ୍ ସାଇନ୍ସ’ ଜର୍ଣ୍ଣାଲ୍ରେ ପ୍ରକାଶ ପାଇଛି।
from Odisha Reporter https://ift.tt/2C1eQm4
No comments:
Post a Comment