
ବଣାଇ (ରଞ୍ଜିତ ଚୌଧୁରୀ): ନିଶା ପାଇଁ ରକ୍ତର ସମ୍ପର୍କକୁ ହତ୍ୟା କରିବାକୁ ପଛାଇ ନାହିଁ ପିଶାଚ ରୂପୀ ମଣିଷ। ମଦ ପିଇବାକୁ ବାରଣ କରିବାରୁ ଭଉଣୀ ଓ ପିଉସୀଙ୍କୁ ପିଟି ପିଟି ମାରିଦେଲା। ଏପରି ଅଭାବନୀୟ ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଶୁଗୁଆ ଗାଁରେ।
ଆଜି ଅପରାହ୍ନରେ ଶୁଗୁଆ ଗାଁର ରାଜେଶ ସେଠୀ ନିଶା ଟଳମଳ ହୋଇ ଘରକୁ ଆସିଥିଲେ। ଭାଇର ଏପରି ଅବସ୍ଥା ଦେଖି ଭଉଣୀ ଜାନକୀ ବିରକ୍ତ ହୋଇଥିଲେ। ମଦ ନପିଇବାକୁ ବହୁ ବୁଝାଇଥିଲେ। ଏହାକୁ ନେଇ ଭାଇ ଓ ଭଉଣୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉଭୟଙ୍କୁ ପିଉସୀ ଝପ ସେଠୀ ବୁଝାଇବାକୁ ଚେଷ୍ଟା କରିଥିଲେ। ତେବେ ନିଶାରେ ଚୁର ଥିବା ରାଜେଶ ଏକ ବେଲ୍ଚାରେ ଜାନକୀକୁ ମାଡ଼ ମାରିଥିଲା। ପରେ ପିଉସୀ ଝପଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ରାଜେଶର ମରଣାନ୍ତକ ଆକ୍ରମଣରେ ଉଭୟଙ୍କ ହିଁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଲସ ଦୁଇ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
from OdishaReporter https://ift.tt/2LPuO7j
No comments:
Post a Comment