ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ:୪ ଯବାନ ସହିଦ, ୪ ଆତଙ୍କୀ ସଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ:୪ ଯବାନ ସହିଦ, ୪ ଆତଙ୍କୀ ସଫା

ଶ୍ରୀନଗର: ପାକିସ୍ତାନ ସେନା ସହାୟତାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ଯୋଜନାକୁ ଆଜି ଭାରତୀୟ ସେନା ପଣ୍ଡ କରିଦେଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏନ୍‌କାଉଣ୍ଟରରେ ଜଣେ ମେଜର୍‌ଙ୍କ ସମେତ ୪ ଜଣ ବୀର ଯବାନ ସହିଦ ହୋଇଛନ୍ତି।

ଏହି ଆତଙ୍କବାଦୀମାନେ ଉତ୍ତର କଶ୍ମୀରର ଗୁରେଜ୍‌ ସେକ୍ଟର୍‌ ଦେଇ ଭାରତରେ ପ୍ରବେଶ କରିବା ସହ ସ୍ୱାଧୀନତା ଦିବସରେ ହମ୍‌ଲା କରିବାକୁ ଯୋଜନା କରିଥିଲେ ବୋଲି ଜଣାପଡ଼ିଛି।

ସୋମବାର ବିଳମ୍ବିତ ରାତିରେ ଗୁରେଜ୍‌ ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା।

୨୦୦୩ ମସିହାର ଅସ୍ତ୍ରବିରତି ବୁଝାମଣା ପରେ ପାକିସ୍ତାନ ସେନା କେବେହେଲେ ଏହି ସେକ୍ଟର୍‌ରେ ଗୁଳିମାଡ଼ କରି ନଥିଲା। କିନ୍ତୁ ସ୍ୱଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଏଭଳି ଅତର୍କିତ ଗୁଳି ଓ ମୋର୍ଟାର ମାଡ଼ ଭାରତୀୟ ସେନାକୁ ଚକିତ କରିଦେଇଥିଲା। ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ୍‌ ଦିଆଯାଇଥିଲା।

ଆଜି ଭୋର୍‌ରୁ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ କିଛି ସନ୍ଦିଗ୍ଧ ଗତିବିଧି ସମ୍ପର୍କରେ ସୂଚନା ମିଳିବା ପରେ ସେନା ପକ୍ଷରୁ ପ୍ୟାଟ୍ରୋଲିଂ ଆରମ୍ଭ କରାଯାଇଥିଲା। ଏହି ସମୟରେ ୮ ଜଣ ଆତଙ୍କବାଦୀ ଗୁରେଜ୍‌ ସେକ୍ଟର୍‌ ସ୍ଥିତ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ଅନୁପ୍ରବେଶ କରୁଥିବା ଦେଖାଯାଇଥିଲା। ସେନା ପକ୍ଷରୁ ଏହାକୁ ପ୍ରତିରୋଧ କଲା ବେଳେ ଏନ୍‌କାଉଣ୍ଟର ଘଟିଥିଲା।

ଗୋଟିଏ ପଟେ ପାକିସ୍ତାନର ମୋର୍ଟାର ମାଡ଼ ଓ ଅନ୍ୟ ପଟେ ଆତଙ୍କବାଦୀଙ୍କ ଗୁଳିମାଡ଼ର ମୁକାବିଲା କରିଥିଲେ ଭାରତୀୟ ଯବାନ। ଏହି ଏନ୍‌କାଉଣ୍ଟରରେ ମେଜର୍‌ କେ ପି ରାଣେ, ହାବିଲଦାର ଜମେଇ ସିଂହ ଓ ବିକ୍ରମଜିତ ଏବଂ ରାଇଫଲ୍‌ମ୍ୟାନ୍‌ ମନଦୀପ ସହିଦ ହୋଇଥିଲେ। ଗୁରେଜ୍‌ ସେକ୍ଟର ଗୋବିନ୍ଦ ନଲ୍ଲାଠାରେ ଏହି ଏନ୍‌କାଉଣ୍ଟର ଘଟିଥିବା ସେନା ପକ୍ଷରୁ କୁହାଯାଇଛି।

ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଉ ୪ ଜଣ ଆତଙ୍କବାଦୀ ପାକିସ୍ତାନ ଅଧିକୃତ କଶ୍ମୀର ସ୍ଥିତ ଲଞ୍ଚ ପ୍ୟାଡ୍‌କୁ ଫେରିଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨ ଜଣ ଆତଙ୍କବାଦୀଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଦୁଇ ମୃତଦେହକୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ବୋଲି ସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଗୋଟିଏ ପଟେ ପାକିସ୍ତାନର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତ ସହ ବନ୍ଧୁତା କରିବାକୁ ହାତ ବଢ଼ାଇଥିବା ବେଳେ ସେନାର ଏଭଳି ଆଚରଣ ଇସ୍‌ଲାମାବାଦର ଦୋମୁହାଁ ନୀତିର ପର୍ଦ୍ଦାଫାସ କରିଛି।



from OdishaReporter https://ift.tt/2ONJSjR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages