
ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଝିଅ ଖୋଜା ଚାଲିଛି। କଥାଟା ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ। ଆଜ୍ଞା କଥାଟା ଏକ୍ଦମ୍ ସତ। ସମ୍ୱର୍ଦ୍ଧନା ପାଇଁ ବ୍ରହ୍ମପୁରରେ ଏବେ ଝିଅ ଖୋଜା ଚାଲିଥିଲା। ଭୁବନେଶ୍ୱରରୁ ଯାଇଥିବା ବ୍ୟକ୍ତିମାନେ ଘରକୁ ଘର ବୁଲି ଝିଅ ଖୋଜୁଥିବା ବେଳେ ଗାଁ ଲୋକେ ସେମାନଙ୍କୁ ଘେରି ଯାଇ ନାନା ପ୍ରଶ୍ନ ପଚାରିଥିଲେ। ମାତ୍ର ସେମାନେ ଗାଁ ଲୋକଙ୍କ ପ୍ରଶ୍ନର ଉତ୍ତର ସଠିକ୍ ଭାବେ ଦେଇନଥିଲେ। ପରେ ଗାଁ ଲୋକେ ସେମାନଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ।
ଆଜି ସକାଳେ ଭୁବନେଶ୍ୱରରୁ ୨ ଜଣ ମହିଳାଙ୍କ ସମେତ ଜଣେ ପୁରୁଷ, ଗଞ୍ଜାମ ଜିଲ୍ଲା ଖଲିଙ୍ଗି ଗ୍ରାମରେ ପହଞ୍ଚିଥିଲେ। ସେମାନେ ଘରକୁ ଘର ବୁଲି ଝିଅ ଖୋଜୁଥିଲେ। ଭୁବନେଶ୍ୱରରେ ଏକ ସଂସ୍ଥା ପକ୍ଷରୁ ଝିଅମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସେମାନେ କହୁଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗାଁ ଲୋକ ଏକତ୍ର ହୋଇଯାଇଥିଲେ। ପରେ ସେମାନଙ୍କୁ ନାନା ପ୍ରଶ୍ନ କରିଥିଲେ। ମାତ୍ର ସେମାନଙ୍କ ଉତ୍ତରରେ କିଛି ତାଳମେଳ ରହିନଥିଲା। ଯାହାଫଳରେ ଗାଁ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ପରେ ଏନେଇ ପାଟପୁର ଥାନାକୁ ଖବର ଦେଇଥିଲେ ଗ୍ରାମବାସୀ। ପୁଲିସ ଗାଁରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ପଚରା ଉଚରା କରୁଛି। ତିନି ସଂଦିଗ୍ଧଙ୍କ ମଧ୍ୟରେ କନକ ନାମକ ମହିଳା ରହିଛନ୍ତି। ତାଙ୍କ ଘର ଭୁବନେଶ୍ୱରର ବୋଲି ଜଣାପଡିଛି।
from OdishaReporter https://ift.tt/2LIyW9o
No comments:
Post a Comment