ଏହି ୩ ଭାରତୀୟଙ୍କୁ ନିଜ ଶପଥ ଉତ୍ସବକୁ ଡାକିଲେ ପାକିସ୍ତାନ୍‌ର ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ଏହି ୩ ଭାରତୀୟଙ୍କୁ ନିଜ ଶପଥ ଉତ୍ସବକୁ ଡାକିଲେ ପାକିସ୍ତାନ୍‌ର ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍

ଇସଲାମାବାଦ: ଆସନ୍ତା ୧୧ ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ଇମ୍ରାନ ଖାନ୍। ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଛି, କେଉଁ ସବୁ ନେତାଙ୍କୁ ଏହି ଶପଥପାଠ ଉତ୍ସବକୁ ନିମନ୍ତ୍ରଣ କରିବେ ଇମ୍ରାନ୍। ବିଶେଷକରି କେଉଁ ଭାରତୀୟଙ୍କୁ ସେ ଡାକିଲେ ତାକୁ ନେଇ ଭାରତରେ ବେଶ୍ ଚର୍ଚ୍ଚା ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ଇମ୍ରାନ୍‌ଙ୍କ ଶପଥ ପାଠ ଉତ୍ସବକୁ ତାଙ୍କ ଦଳ ‘ପାକିସ୍ତାନ ତେହେରିକ୍‌-ଏ-ଇନ୍‌ସାଫ୍‌’ (ପିଟିଆଇ) ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିବ। ଏହି ସୂଚନା ଏ ଯାଏ ସ୍ପଷ୍ଟ ହୋଇନଥିବା ବେଳେ, ଆଜି କିନ୍ତୁ ପିଟିଆଇ ପକ୍ଷରୁ ଭାରତର ୩ ଜଣ ଖ୍ୟାତିସମ୍ପନ୍ନ ବ୍ୟକ୍ତିଙ୍କୁ ଇମ୍ରାନ୍‌ଙ୍କ ଶପଥପାଠ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ ଆସିଛି।

ଏମାନେ ହେଲେ ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଆମୀର ଖାନ୍‌, କ୍ରିକେଟର୍‌ କପିଲ୍‌ ଦେବ, ସୁନୀଲ ଗାଭାସ୍କର ଓ ନବଜୋତ ସିଂହ ସିଦ୍ଧୁ। ଏହି ଖବରକୁ ନେଇ ଏବେ ସାରା ଦେଶରେ ଖୁବ୍‌ ଚର୍ଚ୍ଚା। ତେବେ ଏ ୩ ଜଣ ପାକିସ୍ତାନ ଯିବେ କି ନାହିଁ ତାହା ଜଣାପଡ଼ି ନାହିଁ। ଇମ୍ରାନ୍‌ ଜଣେ କ୍ରିକେଟର୍‌ ହୋଇଥିବାରୁ ସିନ୍ଧୁ, କପିଲ୍ ଦେବ ଓ ଗାଭାସ୍କରଙ୍କୁ ନିମନ୍ତ୍ରଣ କରିବା ସ୍ୱାଭାବିକ କଥା। କିନ୍ତୁ ଅଭିନେତା ଆମୀର ଖାନ୍‌ଙ୍କୁ କାହିଁକି ନିମନ୍ତ୍ରଣ କଲେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପାକିସ୍ତାନ ନିର୍ବାଚନରେ ଇମ୍ରାନ୍‌ଙ୍କ ପିଟିଆଇ ସର୍ବବୃହତ ଦଳ ହୋଇଥିଲେ ହେଁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୧୩୭ ତାଙ୍କ ପାଖରେ ନାହିଁ। ତଥାପି ସେ ଅନ୍ୟ ଛୋଟ ଦଳଙ୍କ ସହ ମିଶି ସରକାର ଗଠନ କରିବେ ବୋଲି ଜଣାପଡ଼ିଛି।

 

 



from OdishaReporter https://ift.tt/2M9169q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages