ପ୍ରତିବର୍ଷ ମଦ ନେଉଛି ୨୮ ଲକ୍ଷ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ପ୍ରତିବର୍ଷ ମଦ ନେଉଛି ୨୮ ଲକ୍ଷ ଜୀବନ

alcohol

ୱାଶିଂଟନ୍‌: ମଦ୍ୟପାନ ଶରୀର ପାଇଁ ହାନିକାରକ। ମଦ୍ୟପାନ କାରଣରୁ ବହୁ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତଥାପି ଲୋକେ ମଦ ପିଇବା ଛାଡ଼ି ପାରୁନାହାନ୍ତି।

ମଦ ନପିଇବା ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ହେଲେ, ଏହାକୁ ବନ୍ଦ କରାଯାଇ ପାରୁନାହିଁ। ତେବେ ମଦ ପ୍ରତିବର୍ଷ ବିଶ୍ୱରେ କେତେ ଜୀବନ ନେଉଛି ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ।

ଏକ ସର୍ଭେ ଅନୁସାରେ ପ୍ରତିବର୍ଷ ମଦ ପିଇବା କାରଣରୁ କ୍ୟାନ୍‌ସର୍‌, ହୃଦ ଜନିତ ବେମାରୀ ଓ ସଡ଼କ ଦୁର୍ଘଟଣାରେ ୨୮ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି।

ଲାନ୍‌ସେଟ୍‌ ମେଡିକାଲ ଜର୍ନାଲରେ ଏହାର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, କିଛି ମାତ୍ରାରେ ଆଲ୍‌କୋହଲ ସେବନ ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ଯେଉଁ କୁହାଯାଉଛି, ତାହାର କିଛି ପ୍ରମାଣ ମିଳିନାହିଁ।

ଏହାସହ କୌଣସି ପ୍ରକାରର ଆଲ୍‌କୋହଲ୍‌ ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ ବୋଲି ମଧ୍ୟ ଏଥିରେ ମତ ଦିଆଯାଇଛି।



from Odisha Reporter https://ift.tt/2wc3vds

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages